ସୁପ୍ରିମକୋର୍ଟ ଗଲା କୁନ୍ଦୁଲି ମାମଲା ! ସିବିଆଇ ତଦନ୍ତ ଦାବି କରି ପିଟିସନ ଫାଇଲ୍ କଲେ ପୀଡତାଙ୍କ ପରିବାର

41

କନକ ବ୍ୟୁରୋ: ସୁପ୍ରିମକୋର୍ଟକୁ ଗଲା କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା । ସିବିଆଇ ତଦନ୍ତ ଦାବି କରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡିତାଙ୍କ ସମ୍ପର୍କୀୟ । ରାଜ୍ୟ ସରକାରଙ୍କ ଅଧିନରେ ଥିବା ତଦନ୍ତକାରୀ ସଂସ୍ଥା ଉପରୁ ଆସ୍ଥା ହରାଇ ନ୍ୟାୟ ପାଇବା ପାଇଁ ସିବିଆଇ ଦ୍ୱାରା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ।

କୁନ୍ଦୁଲି ପୀଡିତାଙ୍କୁ ଅକ୍ଟୋବର ମାସରେ ଗଣଦୁଷ୍କର୍ମ ହେବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପ୍ରଥମେ କ୍ରାଇମବ୍ରାଂଚ ତଦନ୍ତ ଓ ପରେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ତେବେ ଦୀର୍ଘ ୧୦୦ ଦିନ ଧରି ମାନସିକ ଚାପରେ ରହିବା ପରେ ଆତ୍ମହତ୍ୟା କରିଥିଲେ ପୀଡିତା । ତାପରେ ସାରା ରାଜ୍ୟରେ ବନ୍ଦ ଡାକରା ଦେଇଥିଲେ ବିରୋଧୀ କଂଗ୍ରେସ ଓ ବିଜେପି । ଏହାପରେ କୋର୍ଟଙ୍କ ତତ୍ୱାବଧାନରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।