କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା ନେଉଛି ନୂଆ ମୋଡ ! ଆଜି କୋରାପୁଟ ଯାଇପାରେ କ୍ରାଇମବ୍ରାଂଚ ଟିମ୍

22

କନକ ବ୍ୟୁରୋ : କୁନ୍ଦୁଲି ମାମଲାରେ ଗଣଦୁଷ୍କର୍ମ ହୋଇନାହିଁ ବୋଲି ପୋଲିସ କହିବା ପରେ ପୁଣି ଏହି ଘଟଣା ନୂଆ ମୋଡ ନେଇଛି । ଅଭିଯୋଗକାରୀ ନାବାଳିକା ତାଙ୍କ ଭାଇଙ୍କ ମାଧ୍ୟମରେ କହିଛନ୍ତି, ପୋଲିସ ମିଛ କହୁଛି । ଏବଂ ସୁଯୋଗ ମିଳିଲେ ଗଣମାଧ୍ୟମ ସାମ୍ନାରେ ସେ ସବୁ କଥା କହିବେ । ସେପଟେ ଆଜି କୋରାପୁଟ ଯାଇପାରେ କ୍ରାଇମବ୍ରାଂଚ ଟିମ ।

ସୂଚନାଯୋଗ୍ୟ ଗତକାଲି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ରାଇମବ୍ରାଂଚ ତଦନ୍ତ ସହ ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । କମିଶନ ଅଫ ଇନକ୍ୱାରୀ ଆକ୍ଟ ୧୯୫୨ ଅନୁଯାୟୀ ଏହି ଘଟଣାର ତଦନ୍ତ ଜଣେ ଜିଲ୍ଲା ଜଜ କରିବେ । ତେବେ ଦସ୍ୱବଦିନ ପୂର୍ବରୁ ଏଚଆରପିସି ଏଡିଜି ମହେନ୍ଦ୍ର ପ୍ରତାପ କହିଥିଲେ, ନାବାଳିକାଙ୍କ ସହ କୈାଣସି ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମ ଘଟଣା ଘଟିନାହିଁ । ପୋଲିସର ତଦନ୍ତ ଆଉ ମେଡିକାଲ ରିପୋର୍ଟ ଆଧାରରରେ ଏହି ତଥ୍ୟ ସେ ପାଇଥିବା ଗଣମାଧ୍ୟମ ସାମ୍ନାରେ କହିଥିଲେ । ଏହାକୁ ସମର୍ଥନ ମଧ୍ୟ କରିଥିଲେ କୋରାପୁଟ ଏସପି ।