କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତାଙ୍କ ଆତ୍ମହତ୍ୟା ଘଟଣା ! ଖବରକାଗଜର ସମ୍ପାଦକୀୟରେ ପୋଲିସ ଓ ପ୍ରଶାସନକୁ କାଠଗଡାରେ ଛିଡା କରାଇଲେ ବିଜେଡି ସାଂସଦ ତଥାଗତ ଶତପଥୀ

34

କନକ ବ୍ୟୁରୋ : କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତାଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବାବେଳେ ବିଜେଡି ସାଂସଦ ତଥାଗତ ଶତପଥୀଙ୍କ ନିଜ ଖବରକାଗଜର ସମ୍ପାଦକୀୟରେ ପୋଲିସ ଓ ପ୍ରଶାସନକୁ କାଠଗଡାରେ ଛିଡା କରାଇଛନ୍ତି । ତଥାଗତ ଲେଖିଛନ୍ତି ଯେ, ୨୨ ଜାନୁଆରୀ ଓଡିଶା ପୋଲିସ ପାଇଁ ଏକ କଳଙ୍କିତ ଦିବସ । ନାବାଳିକାଙ୍କ ଆତ୍ମହତ୍ୟା ପ୍ରମାଣିତ କରୁଛି ଯେ, ଓଡିଶା ପୋଲିସର ଦାବି ଓ ଡାକ୍ତରୀ ରିପୋର୍ଟ ମିଛ । ଏପରିକି ଗଣଦୁଷ୍କର୍ମ ଘଟଣାକୁ ଲୁଚାଇବା ପାଇଁ ସମସ୍ତ ବ୍ୟବସ୍ଥା ଏକଜୁଟ ହୋଇଯାଇଥିଲେ । ଏପରିକି ମିଟୁ ଯୁଗ ଅର୍ଥାତ ମାଲିକର କଥାରେ ପରିଚାଳିତ ହେବା ସମୟରେ ମଧ୍ୟ ନାବାଳିକା ଜଣକ କୌଣସି ଚାପର ବସବର୍ତି ନହୋଇ ତାଙ୍କ ବୟାନରେ ବଜାୟ ରହିଥିଲେ । ପୁରା ଘଟଣା ରେ ତଥାଗତ ଡାକ୍ତର ଓ ପୋଲିସକୁ ଦୋଷ ଦେଇଥିଲେ ମଧ୍ୟ ପରୋକ୍ଷରେ ପ୍ରଶାସନ ଓ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କାରଣ ଏପରି ଏକ ସମ୍ବେଦନଶୀଳ ଘଟଣାରେ ନାବାଳିକା ଆତ୍ମହତ୍ୟା କରିବା ପରେ ଏହି ଘଟଣାକୁ ଚାପିଦେବାକୁ ପ୍ରୟାସ କରୁଥିବା ବ୍ୟକ୍ତିମାନେ ଖୁସି ମନାଉଥିଲେ । କିନ୍ତୁ ଯିଏ ଯେତେ ମଜଲିସ କଲେ ମଧ୍ୟ ଏହା ଓଡିଶା ଇତିହାସରେ ଏକ ଅନ୍ଧକାରମୟ ଦିବସ ହୋଇଯିବ ବୋଲି ତଥାଗତ ଲେଖିଛନ୍ତି ।

ସୂଚନା ଅନୁସାରେ ପୀଡିତାଙ୍କୁ ନ୍ୟାୟ ଦାବିରେ ଆଜି ରାଜଧାନୀରେ ମହିଳା କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ସେପଟେ ବିଜେପି କର୍ମୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ପରିସ୍ଥିତି ଅଣାୟତ ହେବାରୁ ପୁଲିସ ଲାଠିଚାର୍ଜ ମଧ୍ୟ କରିଛି । ପୁଲିସ ଉପରେ ବିଜେପି କର୍ମୀ ପଥରମାଡ କରିବା ପରେ ପୁଲିସ ଲାଠିଚାର୍ଜ କରିଥିଲା । ଏଥିରେ ବିଜେପି କର୍ମୀଙ୍କ ସହ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଥାଗତ ଡାକ୍ତର ଓ ପୋଲିସକୁ ଦୋଷ ଦେଇଥିଲେ ମଧ୍ୟ ପରୋକ୍ଷରେ ପ୍ରଶାସନ ଓ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କାରଣ ଏପରି ଏକ ସମ୍ବେଦନଶୀଳ ଘଟଣାରେ ନାବାଳିକା ଆତ୍ମହତ୍ୟା କରିବା ପରେ ଏହି ଘଟଣାକୁ ଚାପିଦେବାକୁ ପ୍ରୟାସ କରୁଥିବା ବ୍ୟକ୍ତିମାନେ ଖୁସି ମନାଉଥିଲେ । କିନ୍ତୁ ଯିଏ ଯେତେ ମଜଲିସ କଲେ ମଧ୍ୟ ଏହା ଓଡିଶା ଇତିହାସରେ ଏକ ଅନ୍ଧକାରମୟ ଦିବସ ହୋଇଯିବ ବୋଲି ତଥାଗତ ଲେଖିଛନ୍ତି ।