କୃଷ୍ଣପାଗେଳୀ ବିଦେଶିନୀ ! କୁମ୍ଭମେଳା ସଙ୍ଗମରେ ବୁଡ ପକାଇବା ସମୟରେ ବିଦେଶିନୀ ହେଲେ ଚେତାଶୂନ୍ୟ.ହୋସ୍ ଆସିବା ପରେ ଗାଇ ଉଠିଲେ “ଜୟ ଶ୍ରୀକୃଷ୍ଣ” ।

134

ପୁଣ୍ୟ ଅର୍ଜନ କରିବା ପାଇଁ ଇଟାଲୀରୁ କୁମ୍ଭମେଳାକୁ ଆସିଥିବା ଜଣେ ବିଦେଶିନୀ ଏସ୍ କ୍ୟାଟରିନା (୬୫) ସଂଗମ ନୋଜ ଘାଟରେ ବୁଡ ପକାଇବା ପରେ ହିଁ ଚେତାଶୂନ୍ୟ ହୋଇଯାଇଥିଲେ । ଅତ୍ୟଧିକ ଥଣ୍ଡା ହେତୁ ତାଙ୍କ ରକ୍ତଚାପ କମ୍ ହୋଇଗଲା । ଏନଡିଆରଏଫ୍ ର ଯବାନମାନେ ତାଙ୍କୁ ବାହାରକୁ ଆଣି ପ୍ରାଥମିକ ଉପଚାର ଦେଇ ଚିକିତ୍ସା କରାଇ ତାଙ୍କୁ ହସ୍ପିଟାଲ୍ ପହଞ୍ଚାଇଥିଲା ।

ଇଟଲୀରୁ ଆସିଥିବା ଏହି ୧୧ ସଦସ୍ୟ ବିଶିଷ୍ଟ ବିଦେଶୀ ଦଳ ଗଙ୍ଗାରେ ବୁଡ ପକାଇବା ପାଇଁ ହର ହର ଗଙ୍ଗେ କହି ଯେତେବେଳେ ବୁଡ ପକାଉଥିଲେ ସେତେବେଳେ କ୍ୟାଟରିନାଙ୍କୁ କୋଲ୍ଡ ଆଟାକ୍ ହୋଇଥିଲା ଏବଂ ସେ ଚେତାଶୂନ୍ୟ ହୋଇଯାଇଥିଲେ । ଅନ୍ୟ ସାଥିଗଣ ଏବଂ ଏନଡିଆରଏଫ୍ ଯବାନଙ୍କ ସାହାର୍ଯ୍ୟରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ଡାକ୍ତରଖାନାରେ ସେ କେବଳ ଜୟ ଶ୍ରୀକୃଷ୍ଣ ନାମ ହିଁ ଜପୁଥିଲେ ।