କେବଳ ସାଧନା କ୍ଷେତ୍ରରେ ନୁହଁ ଶ୍ରୀଙ୍ଗାର ପାଇଁ ବି ବେଶ୍ ଚର୍ଚ୍ଚିତ କୁମ୍ଭମେଳାର ଏହି ବାବାମାନେ ! ଶ୍ରୀଙ୍ଗାର ଦେଖିବା ପାଇଁ ଦୂରଦୁରାନ୍ତରୁ ଛୁଟି ଆସନ୍ତି ଲୋକେ ।

60

କୁମ୍ଭମେଳାର ବୈଭବ ବଢାଉଥିବା ସାଧୁସନ୍ଥ କେବଳ ସାଧନା ପାଇଁ ନୁହଁ ନିଜ ଶ୍ରୀଙ୍ଗାର ପାଇଁ ମଧ୍ୟ ଖୁବ୍ ଚର୍ଚ୍ଚିତ । ଅର୍ଥାତ୍ କେହି କେହି ନିଜ ଶରୀରକୁ ସଂପୂର୍ଣ୍ଣ ରୁପରେ ପାଉଁଶରେ ବୋଳି ରଖିଥିବା ବେଳେ ଆଉ କେହି ଋଦ୍ରାକ୍ଷ ମାଳାରେ ପୋତି ହୋଇ ରହିଛନ୍ତି । ଅନ୍ୟକେଉଁଠି କେଉଁ ସାଧୁର ତିଲକ ହିଁ ତାଙ୍କର ଆକର୍ଷଣକୁ ଦ୍ୱିଗୁଣିିତ କରୁଛି । କିଏ ନିଜ ବେଶଭୁଷାକୁ ନେଇ ଆକର୍ଷଣର କେନ୍ଦ୍ର ପାଲଟୁଛନ୍ତି ତ ଆଉ କେହି ନଗ୍ନତାକୁ ନେଇ । ତେବେ ଆଜି ଆସନ୍ତୁ ସାଧୁସନ୍ଥଙ୍କ ଏହି ଶୃଙ୍ଗାରକୁ ନେଇ ନଜର ପକାଇବା ।

ଭଷ୍ମ : କପାଳରେ ତିଳକ ଏବଂ ଶରୀରରେ ଭଷ୍ମ ବୋଳି ହେଉଥିବା ନାଗାସାଧୁ ବେଶ୍ ଆକର୍ଷଣର କେନ୍ଦ୍ରରେ ଥାନ୍ତି । ମାନ୍ୟତା ଅନୁସାରେ ଯଜ୍ଞର ଭଷ୍ମ ବୋଳିବା ଦ୍ୱାରା ରୋଗବ୍ୟାଧି ଦୁର ହୋଇଥାଏ । ବୋଧହୁଏ ଏହି କାରଣରୁ ହିଁ ନଗ୍ନ ରହୁଥିବା ଏହି ବାବାଙ୍କ ଉପରେ କେଉଁ ଋତୁର କୌଣସି ପ୍ରଭାବ ପଡିନଥାଏ ଏବଂ ଏମାନେ ମଧ୍ୟ ଶୀଘ୍ର ରୋଗରେ ପଡିନଥାନ୍ତି ।

ତିଳକ : ମହାକୁମ୍ଭରେ ସାମିଲ ହେବା ପାଇଁ ସାଧୁସନ୍ନ୍ୟାସୀ ବିଭିନ୍ନ ପ୍ର୍ରକାରର ବେଶଭୁଷା ଧାରଣ କରିଥାନ୍ତି । କୁମ୍ଭମେଳାରେ ସାମିଲ ହେଉଥିବା ସାଧୁ ଗୋଲାକାର,ଉଦ୍ଧ୍ୱର୍ପୁଣ୍ଡ୍ର ଟିକା ଧାରଣ କରିଥାନ୍ତି । ଶୈବ ଏବଂ ବୈଷ୍ଣବ ପରମ୍ପରାର ସାଧୁ ବିଭିନ୍ନ ପ୍ରକ୍ରିୟାରେ ତିଳକ ଲଗାଇଥାନ୍ତି ।

ଋଦ୍ରାକ୍ଷ : ଭଗବାନ ଶିବଙ୍କ ଉପାସକଙ୍କ ପାଇଁ ଋଦ୍ରାକ୍ଷ କୌଣସି ବହୁମୂଲ୍ୟ ମଣି ଠାରୁ କମ୍ ନୁହଁ । ଏହି ସମୟରେ ଶୈବ ଉପାସକ ଋଦ୍ରାକ୍ଷ ଧାରଣ କରିଥାନ୍ତି । କୁମ୍ଭମେଳାରେ ଆପଣଙ୍କୁ ଋଦ୍ରାକ୍ଷ ମାଳାରେ ପୋତି ହୋଇଥିବା ସାଧୁସନ୍ଥ ଦେଖିବାକୁ ମିଳିବେ ।

ଜଟା : କିଛି ସାଧୁ ଲଣ୍ଡା ହୋଇଥାନ୍ତି ତ ଆଉ କିଛି ସାଧୁ ମୁଣ୍ଡରେ ଜଟା ରଖି ଏହାକୁ ବିଭୁତି, ଋଦ୍ରା.ଫୁଲରେ ସଜାଇ ଶୃଙ୍ଗାର କରିଥାନ୍ତି ।