କୁମ୍ଭମେଳାରେ ଆଜି ପ୍ରଥମ ସାହି ସ୍ନାନ ! ସଙ୍ଗମସ୍ଥଳରେ ଆସ୍ଥାର ବୁଡ଼ ପକାଇଲେ ଲକ୍ଷାଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ

58

କନକ ବ୍ୟୁରୋ : ଉତ୍ତରପ୍ରଦେଶ ପ୍ରୟାଗରାଜରେ ଆସ୍ଥାର ସବୁଠାରୁ ବଡ଼ କୁମ୍ଭ ମେଳା ଆରମ୍ଭ ହୋଇଯାଇଛି । ମକର ସଂକ୍ରାନ୍ତି ଅବସରରରେ ହିନ୍ଧୁ ଧର୍ମର ସାଧୁ ସନ୍ୟାସୀ ପ୍ରଥମ ସାହି ସ୍ନାନ ପାଇଁ ଏଠାରେ ପହଞ୍ଚିଛନ୍ତି । ମାନ୍ୟତା ରହିଛି ଏଠାରେ ସଂଗମରେ ବୁଡ଼ ପକାଇଲେ ସମସ୍ତ ପାପ ଧୋଇହୋଇଯାଏ ଏବଂ ଲୋକେ ଜନ୍ମଜନ୍ମ ବନ୍ଧନରୁ ମୁକ୍ତି ପାଇଯାଆନ୍ତି ।

ଆଜି ପ୍ରଥମ ସାହି ସ୍ନାନ ସହିତ ମହାକୁମ୍ଭ-୨୦୧୯ । ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପ୍ରୟାଗରାଜରେ ପହଞ୍ଚିଛନ୍ତି । କୁମ୍ଭର ଭବ୍ୟ ଆୟୋଜନ ପାଇଁ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି  । ହିନ୍ଦୁ ଆସ୍ଥାର ଏହି ସବୁଠାରୁ ବଡ଼ କୁମ୍ଭରେ ସାମିଲ ହେବାପାଇଁ ସାଧୁସନ୍ଥଙ୍କ ମହା ସମାଗମ ହୋଇଛି । ସଂଗମ ତଟରେ ଚାରିପଟେ ଦେଶର ବିଭିନ୍ନ ଆଖଡ଼ାର ଶିବିର ସ୍ଥାପନ ହୋଇଛି ।

https://aajtak.intoday.in

ସରକାର ୧୧ ହଜାର ଶିବିର ସ୍ଥାପନ କରିଛନ୍ତି ଏବଂ ସବୁକିଛି ସୁନିୟୋଜିତ କରିବା ପାଇଁ ପଦକ୍ଷେପ ନିଆଯାଇଛି । ପ୍ରଥମ ସାହି ସ୍ନାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସକାଳ ୬ଟାରେ ସ୍ନାନ ପର୍ବ ଆରମ୍ଭ ହୋଇଯାଇଛଇ ଏବଂ ସନ୍ଧ୍ୟା ୫ଟା ପର‌୍ୟ୍ୟନ୍ତ ଚାଲିବ। ପ୍ରବଳ ଥଣ୍ଡାରେ ଭିନ୍ନ ଭିନ୍ନ ଅଖାଡ଼ାରେ ସାଧୁ ସନ୍ଥମାନେ ବୁଡ଼ ପକାଇଲେ । ଏହା କୁମ୍ଭର ସବୁଠାରୁ ବଡ଼ ଆକର୍ଷଣ ହେବ।