ପବିତ୍ର ଶ୍ରୀପଂଚମୀରେ ଆଜି ପ୍ରୟାଗରାଜରେ ଚାଲିଛି ଶେଷ ସାହି ସ୍ନାନ । ସକାଳୁ ସକାଳୁ ଲକ୍ଷାଧିକ ଭକ୍ତଙ୍କ ବୁଡ

ଆଜି ପବିତ୍ର ଶ୍ରୀପଂଚମୀ । ଆଜିର ଦିନରେ ପ୍ରୟାଗରାଜରେ ଚାଲିଛି ଶେଷ ସାହିସ୍ନାନ

68

କନକ ବ୍ୟୁରୋ : ଆଜି ପବିତ୍ର ଶ୍ରୀପଂଚମୀ । ଆଜିର ଦିନରେ ପ୍ରୟାଗରାଜରେ ଚାଲିଛି ଶେଷ ସାହିସ୍ନାନ । ସକାଳୁ ସକାଳୁ ଲକ୍ଷାଧିକ ଲୋକ ବୁଡ ପକାଇସାରିଲେଣି । ଆଜି ୪ କୋଟି ଭକ୍ତ ବୁଡ ପକାଇବା ଅନୁମାନ କରାଯାଉଛି । ସଙ୍ଗମରେ ଆଜିର ଦିନରେ ସ୍ନାନ , ପୂଜାପାଠ ଓ ଦାନର ବିଶେଷ ମହତ୍ୱ ରହିଛି । ଜାନୁଆରୀ ୧୫ରୁ ଆରମ୍ଭ ହୋଇଥିବା ପ୍ରୟାଗରାଜ କୁମ୍ଭମେଳାରେ ବର୍ତମାନ ସୁଦ୍ଧା କୋଟି କୋଟି ଲୋକଙ୍କ ସଙ୍ଗମରେ ସ୍ନାନ କରିସାରିଲେଣି । ୟୁପି ପ୍ରଶାସନ ପକ୍ଷରୁ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପବିତ୍ର ଶ୍ରୀପଂଚମୀରେ ସ୍ନାନ କଲେ ଅମୃତ ସମାନ ସ୍ନାନର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ପ୍ରୟାଗରାଜରେ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ସଙ୍ଗମ ହୋଇଛି । ଆଜି ସରସ୍ୱତୀ ନଦୀରେ ସ୍ନାନ କଲେ ମୋକ୍ଷପ୍ରାପ୍ତି ହେବା ସହ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

https://aajtak.intoday.in

କୁମ୍ଭମେଳା ଉପରେ ନଜର ରଖିବା ପାଇଁ ସିସିଟିଭି ବି ଲଗାଯାଇଛି । ତେବେ କେବଳ ଆଜି ନୁହେଁ ବରଂ ଏହା ପୂର୍ବରୁ ପ୍ରଥମ ସାହି ଓ ଦ୍ୱିତୀୟ ସାହି ସ୍ନାନରେ ମଧ୍ୟ ଭକ୍ତଙ୍କ ପ୍ରବଳ ଭିଡ ହୋଇଥିଲା । କୁମ୍ଭରେ ଚଳିତ ଥର କିନ୍ନର ଆଖଡା ମଧ୍ୟ ସାମିଲ ହୋଇଥିଲା । ମେଳାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ପ୍ରଶାସନ ମଧ୍ୟ ପ୍ରସ୍ତୁତି ସଠିକ ଭାବରେ କରିଥିଲା । ଦେଶ ଓ ବିଦେଶରୁ ଆସିଥିବା ଭକ୍ତମାନେ କୁମ୍ଭରେ ଭକ୍ତିର ମାହେଲ କରିବା ସହ ବିଭିନ୍ନ ପ୍ରକାର ପୂଜାରେ ନିଜକୁ ସାମିଲ କରିଥିଲେ ।