ଅନ୍ତରୀକ୍ଷରୁ କିଭଳି ଦେଖାଯାଏ କୁମ୍ଭମେଳାର ଚିତ୍ର ! ଫଟୋ ଜାରି କଲା ଇସ୍ରୋ , ଦେଖନ୍ତୁ ଫଟୋ ।

102

ଦୁନିଆର ସବୁଠାରୁ ବଡ ଧାର୍ମିକ ସମାଗମ କୁମ୍ଭମେଳାରେ ଶତାଧିକ ଲୋକଙ୍କ ସମାଗମ କୌଣସି ଏକ ବଡ ଉତ୍ସବଠାରୁ କମ୍ ନାହିଁ । ଦେଶବିଦେଶରୁ ବିଭିନ୍ନ ଭକ୍ତଙ୍କ ହର ହର ଗଙ୍ଗେ ଡାକରେ ଉଠୁଛି ପଡୁଛି କୁମ୍ଭପୀଠ । ତେବେ ଆପଣ କେବେ ଭାବିଛନ୍ତି ଏହି ଚିତ୍ତାକର୍ଷକ ଦୃଶ୍ୟଟି ଆକାଶମାର୍ଗରୁ କିପରି ଦେଖାଯାଉଥିବ । ଲୋକଙ୍କ ଏହି ଇଚ୍ଛାକୁ ପୂରଣ କରିବା ପାଇଁ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ (ଇସ୍ରୋ) ଅନ୍ତରୀକ୍ଷରୁ ଏହି ଭବ୍ୟ ଦୃଶ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ଦୁଇଟି ଫଟୋ ଜାରୀ କରିଥିଲେ । ଯାହା କୁମ୍ଭକ୍ଷେତ୍ର ଏବଂ ଏହାର ଆଖପାଖ ଅଞ୍ଚଳକୁ ଦେଖାଉଛି । ୧୬ ଜାନୁଆରୀରେ ଉଠାଯାଇଥିବା ଏହି ଫଟୋରେ ସଂଗମ କ୍ଷେତ୍ର ଏବଂ ତଟରେ ଜମା ହୋଇଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ନଜର ଆସୁଛି । ଏହି ଫଟୋ ରିମୋଟ୍ ସେସିଙ୍ଗ୍ ସାଟେଲାଇଟ୍ କାର୍ଟୋସେଟ୍ -୨ ରୁ ନିଆଯାଇଛି ।

ଇସ୍ରୋ ନିଜର ଟ୍ୱିଟର ଆକାଉଣ୍ଟରେ ଏହି ଦୁଇଟି ଫଟୋ ସେୟାର୍ କରି ତଳେ କୁମ୍ଭମେଳା ୨୦୧୯ ର ଦୁଇଟି ଫଟୋ ରିମୋଟ୍ ସେସିଙ୍ଗ୍ ସାଟେଲାଇଟ୍ କାର୍ଟୋସେଟ୍ -୨ ରୁ ନିଆଯାଇଛି ବୋଲି ଲେଖିବା ସହ କୁମ୍ଭର ଆଖପାଖର କ୍ଷେତ୍ରକୁ ମଧ୍ୟ ଦର୍ଶାଇଛି । ତେବେ ଏହା ପୂର୍ବରୁ ମଧ୍ୟ ଏଭଳି ଆୟୋଜନର କିଛି ଫଟୋ ଇସ୍ରୋ ଜାରୀ କରିଛି । ଯେଉଁଠି ବହୁଳ ମାତ୍ରାରେ ଲୋକ ଜମା ହୁଅନ୍ତି । ଫଟୋରେ ତିନୋଟି ନଦୀର ମିଳନ ତ୍ରିବେଣୀ ସଂଗମ,ନୂଆ ଯମୁନା ବ୍ରିଜ୍ ଏବଂ ଆହ୍ଲାବାଦ୍ କିଲ୍ଲାକୁ ଦେଖାଯାଇଛି । ଏହା ସହ ସଙ୍ଗମ ତଟରେ ଲକ୍ଷ ଲକ୍ଷ ଲୋକଙ୍କୁ ମଧ୍ୟ ଡଟ୍ ମାଧ୍ୟମରେ ଦେଖାଯାଇଛି ଯେ କୁମ୍ଭମେଳାରେ ସ୍ନାନ କରିବାକୁ ଆସିଥିଲେ ।

କ’ଣ ଏହି କାର୍ଟୋସେଟ୍ -୨ :

କାର୍ଟୋସେଟ୍ -୨ ର ପିଏସଏଲବି ଜରିଆରେ ୧୨ ଜାନୁଆରୀ ୨୦୧୮ ରେ ଲଞ୍ଚ୍ କରାଯାଇଥିଲା । ଏହା ଦ୍ୱିତୀୟଥର ଏଭଳି ହେଲା ଯେଉଁଠି ସାଟେଲାଇଟ୍ ଜରିଆରେ ଦୁଇଟି ଫଟୋ ପଠାଯାଇଥିଲା ।