ଏ ହେଉଛି କୁମ୍ଭମେଳାର ଚର୍ଚ୍ଚିତ ୧୪ ଆଖଡା ! କ’ଣ ରହିଛି ମହତ୍ତ୍ୱ ,କେବେ ହୋଇଥିଲା ସ୍ଥାପନା ଜାଣନ୍ତୁ । 

101

କୁମ୍ଭମେଳା ବିଶ୍ୱର ସବୁଠାରୁ ବଡ ଧାର୍ମିକ ଆୟୋଜନ ମଧ୍ୟରୁ ଗୋଟିଏ । ଲକ୍ଷାଧିକ ସଂଖ୍ୟକ ଭକ୍ତ ଏହି ମେଳାରେ ସାମିଲ ହୋଇ ପୁଣ୍ୟ ଅର୍ଜନ କରିଥାନ୍ତି । ୧୨ ବର୍ଷକୁ ଥରେ ପଡୁଥିବା ଏହି କୁମ୍ଭମେଳା କେବଳ ୪ ଟି ପବିତ୍ର ନଦୀରୁ ଗୋଟିଏରେ ହୋଇଥାଏ । ଯେଉଁଥିରେ ହରିଦ୍ୱାରର ଗଙ୍ଗା,ଉଜ୍ଜେନର ସିପ୍ରା,ନାସିକର ଗୋଦାବରୀ ଏବଂ ଆହ୍ଲାବାଦର ଗଙ୍ଗା,ଯମୁନା ଏବଂ ସରସ୍ୱତୀର ମିଳନ ହୋଇଥାଏ ।

କ’ଣ ଏହି ଆଖଡା ? 

କୁମ୍ଭମେଳାରେ ଆଖଡାର ବିଶେଷ ମହତ୍ତ୍ୱ ଥାଏ । ଆଖଡା ଶବ୍ଦର ପ୍ରାରମ୍ଭ ମୋଗଲକାଳ ସମୟରେ ହୋଇଥିଲା । ଆଖଡା ସାଧୁମାନଙ୍କର ସେହି ଦଳ ଅଟେ ଯେଉଁମାନେ ଶାସ୍ତ୍ର ବିଦ୍ୟାରେ ପାରଙ୍ଗମ ହୋଇଥାନ୍ତି ।

କ’ଣ ଏହି ପେଶବାଇ ? 

କୁମ୍ଭରେ ନାଚିଗାଇ ସାଧୁସନ୍ଥ ଧୁମଧାମରେ ଆଖଡା ସ୍ଥଳକୁ ଯାଇଥାନ୍ତି , ଏହାକୁ ପେଶବାଇ କୁହନ୍ତି । ଶଙ୍କରାଚାର୍ଯ୍ୟ ଅଷ୍ଟମ ଶତାବ୍ଦୀରେ ୧୩ ଟି ଆଖଡା ସ୍ଥଳ ନିର୍ମାଣ କରାଇଥିବା ଶୁଣିବାକୁ ମିଳେ । କିନ୍ତୁ ବର୍ତ୍ତମାନ କୁମ୍ଭରେ ଆଉ ଏକ ଆଖଡା ଜଡିତ ହୋଇଗଲା ଏବଂ ୧୪ ଟି ଆଖଡା ହୋଇଗଲା ।

ତେବେ ଆସନ୍ତୁ ଜାଣିବା ଏହି ୧୪ ଟି ଆଖଡା ବିଷୟରେ : 

୧ . ଅଟଳ ଆଖଡା : ସବୁଠାରୁ ପ୍ରାଚୀନ ଆଖଡା ଅଟଳ ଆଖଡାର ଇଷ୍ଟଦେବ ହେଉଛନ୍ତି ଶ୍ରୀଗଣେଷ । ଏହି ଆଖଡାରେ କେବଳ ବ୍ରାହ୍ମଣ,କ୍ଷତ୍ରିୟ ଏବଂ ବୈଶ୍ୟ ଦୀକ୍ଷା ନେଇପାରିବେ । ଅନ୍ୟ କେହି ଏହି ଆଖଡାରେ ପ୍ରବେଶ କରିପାରିବେ ନାହିଁ ।

୨ . ଆବାହନ ଆଖଡା : ଏହି ଆଖଡାର ଇଷ୍ଟଦେବ ହେଉଛନ୍ତି ଶ୍ରୀ ଦତ୍ତାତ୍ରେୟ ଏବଂ ଶ୍ରୀଗଜାନନ । ଯାହାର କେନ୍ଦ୍ର ସ୍ଥାନ ହେଉଛି କାଶୀ ।

୩ .ନିରଞ୍ଜନୀ ଆଖଡା : ସବୁଠାରୁ ଅଧିକ ଶିକ୍ଷିତ ଆଖଡା ମଧ୍ୟରେ ଗୋଟିଏ ହେଉଛି ନିରଞ୍ଜନୀ  ଆଖଡା । ଏହି ଆଖଡାରେ ୫୦ ମହାମଣ୍ଡଳେଶ୍ୱର ରହିଛି । ଏହି ଆଖଡାର ଇଷ୍ଟଦେବ ହେଉଛନ୍ତି ଶ୍ରୀକାର୍ତ୍ତିକ । ଯାହାର ସ୍ଥାପନା ୮୨୬ ଶତାବ୍ଦୀରେ ହୋଇଥିଲା ।

୪ . ପଞ୍ଚାଗ୍ନି ଆଖଡା : ଏହି ଆଖଡାରେ କେବଳ ବ୍ରହ୍ମଚାରୀ ବ୍ରାହ୍ମଣ ହିଁ ଦୀକ୍ଷା ନେଇପାରିବେ । ଏହି ଆଖଡାର ଇଷ୍ଟଦେବୀ ହେଉଛନ୍ତି ମା’ ଗାୟତ୍ରୀ ଏବଂ ଏହାର କେନ୍ଦ୍ର ହେଉଛି କାଶୀ ।

୫ . ମହାନିର୍ବାଣ ଆଖଡା : ମହାକାଳେଶ୍ୱର ଜ୍ୟୋର୍ତିଲିଙ୍ଗଙ୍କ ପୁଜାର ଦାୟିତ୍ୱ କେବଳ ଏହି ଆଖଡା ପାଖରେ ହିଁ ରହିଛି । ଯାହାର ଇଷ୍ଟ କପିଳ ମହାମୂନୀ ଅଟନ୍ତି । ଯାହାଙ୍କ ସ୍ଥାପନା ୬୭୧ ଶତାବ୍ଦୀରେ ହୁଏ ।

୬ . ଆନନ୍ଦ ଆଖଡା : ଏହି ଆଖଡାର ସ୍ଥାପନା ୮୫୫ ଶତାବ୍ଦୀରେ ହୋଇଥିଲା । ଏହି ଆଖଡାର ଆଚାର୍ଯ୍ୟର ପଦ ସବୁଠାରୁ ପ୍ରମୁଖ ଅଟେ । ଯାହାର କେନ୍ଦ୍ର ବାରାଣାସୀ ଅଟେ ।

୭ . ନିର୍ମୋହି ଆଖଡା : ବୈଷ୍ଣବ ସଂପ୍ରଦାୟର ତିନୋଟି ଆଖଡା ଭିତରୁ ଏହି ଆଖଡାରେ ଅଧିକ ଆଖଡା ସାମିଲ ହୋଇଥାଏ । ଯାହାର ସ୍ଥାପନା ରାମାନନ୍ଦାଚାର୍ଯ୍ୟ ୧୭୨୦ ମସିହାରେ କରିଥିଲେ ।

୮ . ବଡ ଉଦାସୀନ ପଞ୍ଚାୟତୀ ଆଖଡା : ଏହି ଆଖଡାର ପ୍ରାରମ୍ଭ ୧୯୧୦ ମସିହାରେ ହୋଇଥିଲା । ଯାହାର ସଂସ୍ଥାପକ ଶ୍ରୀ ଚନ୍ଦ୍ରଆଚାର୍ଯ୍ୟ ଉଦାସୀନ । ଏହି ଆଖଡାର ଉଦ୍ଦେଶ୍ୟ ସମସ୍ତଙ୍କ ସେବା କରିବା ।

୯ . ନୂଆ ଉଦାସୀନ ଆଖଡା : ଏହି ଆଖଡାର ଆରମ୍ଭ ୧୭୧୦ ମସିହାରେ ହୋଇଥିଲା । ମାନ୍ୟତା ଅଛି କି ଏହି ଆଖଡାକୁ ବଡ ଉଦାସୀନ ଆଖଡାର ସାଧୁମାନେ ତିଆରି କରିଛନ୍ତି ।

୧୦ . ନିର୍ମଳ ଆଖଡା : ଏହି ଆଖଡାର ଇଷ୍ଟଦେବ ପୁସ୍ତକ ଶ୍ରୀ ଗୁରୁଗ୍ରନ୍ଥ ସାହେବ । ଯାହାର ସ୍ଥାପନା ଶ୍ରୀ ଦୁର୍ଗାସିଂହ ମହାରାଜ କରିଥିଲେ । ଏହି ଆଖଡାର ଲୋକଙ୍କୁ ଧୂମପାନ କରିବା ପାଇଁ ବାରଣ କରାଯାଏ ।

୧୧ . ବୈଷ୍ଣବ ଆଖଡା : ଏହି ଆଖଡାର ନିର୍ମାଣ ମଧ୍ୟମୁରାରୀ ଦ୍ୱାରା କରାଯାଇଥିଲା ।

୧୨ . ନାଗପନ୍ଥୀ ଗୋରଖନାଥ ଆଖଡା : ଏହି ଆଖଡାର ସ୍ଥାପନା ୮୬୬ ଶତାବ୍ଦୀରେ ହୋଇଥିଲା । ଯାହାର ସଂସ୍ଥାପକ ପୀର ଶିବନାଥ ଜୀ ।

୧୩ . ଜୁନା ଆଖଡା : ଏହି ଆଖଡାର ଇଷ୍ଟଦେବ ହେଉଛନ୍ତି ଋଦ୍ରାବତାର ଶ୍ରୀ ଦତ୍ତାତ୍ରେୟ । ହରିଦ୍ୱାରରେ ଏହି ଆଖଡାର ଆଶ୍ରମ ରହିଛି ।

୧୪ . କିନ୍ନର ଆଖଡା : ଏବେ ପର୍ଯ୍ୟନ୍ତ ୧୩ ଟି ଆଖଡା ଚାଲୁଥିଲା କିନ୍ତୁ ଏବେ ୧୪ ଟି ଆଖଡା ଚାଲୁଛି । ବର୍ତ୍ତମାନ କୁମ୍ଭରେ କିନ୍ନର ଆଖଡା ମଧ୍ୟ ସାମିଲ ହୋଇଗଲା । ଯାହାର ସ୍ଥାପକ ହେଉଛନ୍ତି ମହାମଣ୍ଡଳେଶ୍ୱର ଲକ୍ଷ୍ମୀନାରାୟଣ ତ୍ରିପାଠୀ ।