କୁମ୍ଭମେଳା ପରେ ପୂଣ୍ୟ ପ୍ରାପ୍ତ କରିବା ପାଇଁ ଏହି ପ୍ରମୁଖ ମନ୍ଦିରକୁ ଯାଆନ୍ତି ଭକ୍ତ ! ଜାଣନ୍ତୁ ଏହି ମନ୍ଦିରର ପୌରାଣିକ କଥା ବିଷୟରେ କିଛି

124

ପ୍ରୟାଗରାଜ (ଆହ୍ଲାବାଦ) ରେ କେତେ କେତେ ପ୍ରାଚୀନ ମନ୍ଦିର ସମାହାର ରହିଛି । ଯେଉଁଠାକୁ କୁମ୍ଭମେଳା ସମୟରେ ଲକ୍ଷ ଲକ୍ଷ ଭକ୍ତ ଆସି ଦର୍ଶନ କରିଯାଆନ୍ତି । ତୀର୍ଥସ୍ଥଳ ମାନଙ୍କରେ ରାଜା ବୋଲି କୁହାଯାଉଥିବା ପ୍ରୟାଗରାଜରେ ଏହି ସମୟରେ ଅଧିକ ଭକ୍ତଙ୍କ ସମାଗମ ହୋଇଥାଏ । ତେବେ ଆସନ୍ତୁ ଆଜି ଏହିଭଳି କିଛି ପ୍ରାଚୀନ ମନ୍ଦିର ବିଷୟରେ ଜାଣିବା ।

ଅକ୍ଷୟ ବଟ : ସଙ୍ଗମର ନିକଟବର୍ତ୍ତା ପବିତ୍ର ସ୍ଥାନ ମଧ୍ୟରେ ଗୋଟିଏ ହେଉଛି ଅକ୍ଷୟ ବଟ । ଆକବରଙ୍କ କିଲ୍ଲାରେ ହିଁ ଏହି ପ୍ରସିଦ୍ଧ ଅକ୍ଷୟ ବଟ ରହିଛି । କୁହାଯାଏ ଯେ ଗଙ୍ଗା,ଯମୁନା ଏବଂ ସରସ୍ୱତୀର ସଙ୍ଗମ କାରଣରୁ ହିଁ ଏହି ଅକ୍ଷୟ ବଟର ୁଉତ୍ପତ୍ତି । ମାନ୍ୟତା ରହିଛି କି ଏହି ବଟର ଦର୍ଶନ ମାତ୍ରେ ହିଁ ସଙ୍ଗମରେ ସ୍ନାନ କରୁଥିବା ଭକ୍ତଙ୍କ ସଂକଳ୍ପ ପୁରଣ ହୋଇଥାଏ । ଏହା ଏକ ପୁରୁଣା ବରଗଛ ଯାହା ଝଡି ବତାସରେ ମଧ୍ୟ ଭାଙ୍ଗେ ନାହିଁ । ସୁରକ୍ଷାବଳୟ ସହ କେବଳ ଏହି ଗଛର ଗୋଟିଏ ଡାଳକୁ ହିଁ ଭକ୍ତଙ୍କୁ ଦର୍ଶନ କରିବା ପାଇଁ ସୁଯୋଗ ଦିଆଯାଏ । ସପ୍ତାହରେ କେବଳ ୨ ଥର ଅକ୍ଷୟ ବଟ ଦର୍ଶନ ପାଇଁ ଦ୍ୱାର ଖୋଲାଯାଇଥାଏ ।

ପାତାଲପୁରୀ ମନ୍ଦିର : ଆକବରଙ୍କ କିଲ୍ଲାରେ ହିଁ ପାତାଲପୁରୀ ମନ୍ଦିର ରହିଛି । ଗଣେଶ,ନରସିଂହ, ଶିବଲିଙ୍ଗ ଏବଂ ଗୋରଖନାଥଙ୍କ ମୂର୍ତ୍ତି ଏଠାରେ ପୂଜା କରାଯାଏ ।

ବଡ ହନୁମାନ ମନ୍ଦିର ବା ଶୟନ ଅବସ୍ଥାରେ ଥିବା ହନୁମାନ ମନ୍ଦିର : ସଙ୍ଗମ ନିକଟବର୍ତ୍ତୀ ଶକ୍ତିର ଦେବତା ବଜରଙ୍ଗବାଲୀଙ୍କ ଏକ ମନ୍ଦିର ରହିଛି । ସମ୍ପୁର୍ଣ୍ଣ ବିଶ୍ୱରେ ଏହା ଏକମାତ୍ର ମନ୍ଦିର ଯେଉଁଠି ପ୍ରଭୁ ହନୁମାନଙ୍କ ଶୟନ ଅବସ୍ଥାର ମୂର୍ତ୍ତୀକୁ ପୂଜା କରାଯାଉଛି । ଲୋକଙ୍କ କହିବାନୁସାରେ ସଙ୍ଗମରେ କୁମ୍ଭମେଳାର ଶେଷ ଦର୍ଶନ ଏହି ମନ୍ଦିରରେ ଦର୍ଶନ କରି ହିଁ ସମ୍ପୁର୍ଣ୍ଣ ହୁଏ ।

ମାନମେଶ୍ୱର ମନ୍ଦିର : ଯମୁନା ନଦୀ କୁଳରେ ଆକବରଙ୍କ ଦୁର୍ଗ ପାଖରେ ଥିବା ମାନମେଶ୍ୱର ମନ୍ଦିରର ଚର୍ଚ୍ଚା ପୁରାଣରେ ମଧ୍ୟ ରହିଛି । ଶ୍ରାବଣ ମାସରେ ଏହି ମନ୍ଦିରରେ ପୂଜାର୍ଚ୍ଚନା କଲେ ଭକ୍ତଙ୍କ ମନୋସ୍କାମନା ପୂରଣ ହୁଏ ।

ଶଙ୍କର ବିମାନ ମଣ୍ଡପମ୍ : ଦୂର୍ଗ ପାଖରେ ହିଁ ଦକ୍ଷିଣ ଦିଗରେ ୧୩୦ ଫୁଟ୍ ଉଚ୍ଚରେ ଏହି ମଣ୍ଡପ ରହିଛି । କୁମ୍ଭମେଳାରେ ପବିତ୍ର ବୁଡ ପକାଇବା ପରେ ଏଠାକୁ ଭକ୍ତଙ୍କ ସୁଅ ଛୁଟିଥାଏ ।

ଅଲୋପି ଦେବୀ ମନ୍ଦିର : ଦାରଗଞ୍ଜ ରୋଡରେ ଏହି ଅଲୋପି ଦେବୀ ମନ୍ଦିର ରହିଅଛି । ଏହି ମନ୍ଦିରର ନାମ ଦେବୀ ଅଲୋପଶଙ୍କରୀଙ୍କ ନାମ ଅନୁସାରେ ରଖାଯାଇଛି । ଏଠାରେ କୌଣସି ଦେବାଦେବୀଙ୍କ ମୂର୍ତ୍ତି ନୁହଁ ବରଂ ଏଠାରେ ଏକ କୁଣ୍ଡ ପ୍ରସ୍ତୁତ କରାଯାଇଛି । ଯେଉଁଠାରେ ଏକ ଝୁଲାରେ ଲାଲ୍ କପଡା ଘୋଡା ଯାଇଥିବା ଦେଖିବାକୁ ମିଳିବ । ଶାସ୍ତ୍ର ଅନୁସାରେ ଏହିଠାରେ ମା’ଆଦିଶକ୍ତି (ସତୀ)ଙ୍କ କଚଟି ପଡିଥିଲା ।