କୁମ୍ଭମେଳାର ଅନ୍ୟତମ ଆକର୍ଷଣ  ଡିଜିଟାଲ ବାବା ! ହାତରେ ଟ୍ରାଏପାଡ,ସେଲ୍ଫି ଷ୍ଟିକ୍, ଲାପୁଲ ମାଇକ ଧରି କରୁଛନ୍ତି ରିପୋର୍ଟିଂ

139

କନକ ବ୍ୟୁରୋ : କୁମ୍ଭମେଳାରେ ଡିଜିଟାଲ ବାବା । ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ବିଭିନ୍ନ ସାଧୁସନ୍ଥ କିନ୍ନର ଆଖଡା ଯୋଗଦେଇ ତ୍ରିବେଣୀ ସଙ୍ଗମରେ ବୁଡ ପକାଉଥିବାବେଳେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି ଡିଜିଟାଲ ବାବା । ଅନ୍ୟାନ୍ୟ ସାଧୁସନ୍ଥଙ୍କ ପରି ସେ ଗେରୁଆ ବସ୍ତ୍ର ପରିଧାନ କରିଛନ୍ତି । କିନ୍ତୁ ଅନ୍ୟମାନଙ୍କ ପରି ହାତରେ ନାହିଁ ତ୍ରିଶୂଳ,କମଣ୍ଡଳୁ କି ଖପ୍ପର ବରଂ ବାବାଙ୍କ ହାତରେ ଅଛି ମ୍ୟାକବୁକ୍,ଟ୍ରାଏପାଡ,ସେଲ୍ôଫି ଷ୍ଟିକ୍,ଆଇଫୋନ ଓ ଲାପୁଲ ମାଇକ ।

ସାଧୁସନ୍ଥଙ୍କ ପରି ଧ୍ୟାନ କରିବା ପରିବର୍ତ୍ତେ ସେଲ୍ଫି ଷ୍ଟିକରେ ଉଠାଉଛନ୍ତି ଫଟୋ । ଆଉ ରିପୋର୍ଟିଂ କରୁଛନ୍ତି । ସାମ୍ବାଦିକଙ୍କ ପରି ଘଟଣାସ୍ଥଳରୁ ଟିକନିଖ ଖବର ସଂଗ୍ରହ କରୁଛନ୍ତି । ଲୋକଙ୍କ ପ୍ରତିକ୍ରିୟା ନେଉଛନ୍ତି । କୁମ୍ଭମେଳାରେ ଏହି ଅଜବ ବାବାଙ୍କୁ ଲୋକେ ଘୁରି ଘୁରି ବୁଲି ଦେଖୁଛନ୍ତି ।

ଏହାବ୍ୟତୀତ ଡିଜିଟାଲ ବାବା ଟ୍ୱିଟର ହ୍ୟାଣ୍ଡେଲ, ବିଭିନ୍ନ ପ୍ରକାର ଆପ୍, ୟୁଟ୍ୟୁବ୍, ଫେସବୁକ୍ ଜରିଆରେ କୁମ୍ଭମେଳାକୁ ବିଶ୍ୱସ୍ତରରେ ପରିଚିତ କରାଇବାରେ ଲାଗିପଡ଼ିଛନ୍ତି । ଡିଜିଟାଲ ବାବାଙ୍କ ପ୍ରଚେଷ୍ଟା ଯୋଗୁଁ ମୋଦିଙ୍କ ଡିଜିଟାଲ ଇଣ୍ଡିଆ ସ୍ୱପ୍ନ ସାକାର ହେବାର ନଜର ଆସୁଛି ।