ଆଖିରେ କଳା ଚଷମା,ଧଳା ଲମ୍ବା ଦାଢି ରଖି କୁମ୍ଭମେଳାରେ ଭକ୍ତଙ୍କୁ ଶିକ୍ଷା ଦେଉଛନ୍ତି ବିଦେଶରୁ ଆସିଥିବା ଡାନିୟଲ୍ ବାବା ! 

86

ତ୍ରିବେଣୀ ସଂଗମର ନଗରୀ ପ୍ରୟାଗରାଜ୍ ଏଭଳି ଏକ ଧାର୍ମିକ ଆକର୍ଷଣ ରହିଛି ଯାହା ଲୋକଙ୍କୁ ଏଠାକୁ ଆସିିବାକୁ ବାଧ୍ୟ କରିଥାଏ । ୧୨ ବର୍ଷକୁ ଥରେ ପଡୁଥିବା ଏହି ମହାମେଳାରୁ ପୁନଶ୍ଚ ନିଜ ବାସସ୍ଥାନକୁ ଫେରିବାକୁ ଲୋକମାନେ ଅମଙ୍ଗିଥାନ୍ତି । ତେବେ କେବଳ ଦେଶରୁ ନୁହେଁ ବିଦେଶରୁ ମଧ୍ୟ ବହୁ ଭକ୍ତ ଏହି ମହାମେଳାରେ ସାମିଲ ହୋଇଥାନ୍ତି ଏବଂ ଗେରୁଆ ବସ୍ତ୍ର ପରିଧାନ କରି କୁମ୍ଭମେଳାର ଲାଭ ଉଠାଇଥାନ୍ତି ।

ପ୍ରୟାଗରାଜରେ ଏହି କିଛି ଦିନ ହେବ ଜଣେ ଫ୍ରାନ୍ସ ନାଗରିକ ଚର୍ଚ୍ଚାରେ ରହିଛନ୍ତି  । ଉକ୍ତ ନାଗରିକ ଜଣକ ନାଁ ଡାନିଅଲ୍ । ସେ ଦୀକ୍ଷା ନେଇ ଜଣେ ବାବା ମଧ୍ୟ ହୋଇ ସାରିଛନ୍ତି । ପ୍ରୟାଗରାଜରେ ଏହି ବିଦେଶୀ ନାଗରିକ ‘ଡାନିଅଲ୍ ବାବା’ ନାଁରେ ଖୁବ୍ ଚର୍ଚ୍ଚିତ । ତାଙ୍କ  ସଂବନ୍ଧ ଆନନ୍ଦ ଆଖଡାରୁ ରହିଅଛି । ଡାନିଅଲ୍ ଭାରତରେ ୩୦ ବର୍ଷରୁ ଅଧିକ ସମୟରୁ ରହିଆସୁଛନ୍ତି ଏବଂ ହିନ୍ଦୀ ମଧ୍ୟ ପ୍ରାଞ୍ଜଳ ଭାବେ କହୁଛନ୍ତି । ତାଙ୍କ ରହଣୀଶୈଳୀ,ଖାଦ୍ୟପେୟ ସାଧୁବାବାଙ୍କ ଭଳି ହିଁ ରହିଛି । ସମସ୍ତଙ୍କ ସହ ଭୁମି ତଳେ ବସି ଭୋଜନ କରିବା ଠାରୁ ଆରମ୍ଭ କରି ଭଜନ,କିର୍ତ୍ତନ,ଧ୍ୟାନ ଏବଂ ଯୋଗ ଭଳି ସମସ୍ତ କାର୍ଯ୍ୟ କରିଥାନ୍ତି ।