ଆଜି କୁମାର ପୂର୍ଣ୍ଣିମା : କୁମାର ଉତ୍ସବକୁ ନିଆରା ଅନ୍ଦାଜରେ ପାଳିଛନ୍ତି ଓଲିଉଡର ଚୁଲବୁଲି ନାୟିକା ବର୍ଷା ପ୍ରିୟଦର୍ଶନୀ

110

କୁମାର ଉତ୍ସବକୁ ନିଆରା ଅନ୍ଦାଜରେ ପାଳିଛନ୍ତି ଓଲିଉଡର ଚୁଲବୁଲି ନାୟିକା ବର୍ଷା ପ୍ରିୟଦର୍ଶନୀ । କୁନିକୁନି ପିଲାଙ୍କୁ ନିଜ ହାତରେ ସଜେଇବା ସହ ଏମାନଙ୍କ ସହ ପାଳିଛନ୍ତି କୁମାର ଉତ୍ସବ । କାହା ପାଦରେ ଅଳତା ଲଗେଇ ଦେଇଛନ୍ତି, ପୁଣି କାହା ମଥାରେ ବିନ୍ଦି ଲଗାଇ କୁମାରୀବେଶରେ ସଜାଇଛନ୍ତି ବର୍ଷା । ପିଠାପଣା ସହ ପିଲାଙ୍କ ପାଇଁ ଭଳି କି ଭଳି ଆୟୋଜନ କରାଯାଇଛି । ଉଦ୍ଦେଶ୍ୟ କେବଳ ଉତ୍ସବକୁ ପାଳି ପିଲାଙ୍କ ମୁହଁରେ ହସଫୁଟଇବା । ସୁଟିଂ ସେଟରୁ ସମୟ ବାହାର କରି ଏଥର କୁମାର ଉତ୍ସବକୁ ଏକ ନିଆରା ଢଙ୍ଗରେ ପାଳିଛନ୍ତି ବର୍ଷା । ସମ୍ମାନିତା ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଛି କୁମାର ପୂର୍ଣ୍ଣିମା ।

 

କଟକରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମର ମୁଖ୍ୟ ଆର୍କଷଣ ହୋଇଥିଲେ ଓଲିଉଡ ନାୟିକା । ପିଠାପଣା ସହ ପାରମ୍ପାରିକ ଖେଳ କୁମାରପୂର୍ଣ୍ଣିମାକୁ ଧୁମଧାମରେ ପାଳନ କରିଛନ୍ତି ବର୍ଷା । କୁନିକୁନି ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ସମ୍ମାନିତା ଅନୁଷ୍ଠାନର ଏହା ଛୋଟ ପ୍ରୟାସ ବୋଲି କହିଛନ୍ତିି ଅନୁଷ୍ଠାନର ସଦସ୍ୟ । ଅନ୍ୟପଟେ କହିଛନ୍ତିି ସୋସିଆଲ ମିଡିଆର ଯୁଗରେ ଓଡିଆ ପରମ୍ପରା କ୍ରମଶ କମୁଛି । ତେଣୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରି ଓଡିଆ ପରମ୍ପରାକୁ ଜୀବିତ ରଖିବା ସହ ପିଲାଙ୍କ ମୁହଁରେ ହସଫୁଟାଇବା ଅନୁଷ୍ଠାନ ମୁଳ ଉଦ୍ଦେଶ୍ୟ ବୋଲି ଏମାନେ କହିଛନ୍ତି ।

କୁମାରୀମାନଙ୍କ ପାଇଁ ଏହା ଏକ ବଡ ଉତ୍ସବର ଦିନ । ଭାଦ୍ରବ ପୂର୍ଣିର୍ମା ବା ଇନ୍ଦୁ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବା ଜହ୍ନି ଓଷା ଆଜି ଉଦଯାପିତ ହେବ । ଆଜି କୁମାରୀମାନେ ସକାଳୁ ସକାଳୁ ଗାଧୋଇ ନୂଆ ଲୁଗା ପିନ୍ଧି ଗୁଆ, ଖଇ, ଫଳ, ପୁଷ୍ପର ଆଞ୍ଜୁଳି ଟେକି ସୂର୍ଯ୍ୟଙ୍କୁ ପୂଜା କରିଛନ୍ତି । ସଞ୍ଜ ହେଲେ ତୁଳସୀ ଚଉରା ମୂଳରେ ପୂଜା କରିବାର ପରମ୍ପରା ରହିଛି । ଜହ୍ନି ଫୁଲରେ ଜହ୍ନ ତିଆରି କରନ୍ତି ଏବଂ କଳସ ସ୍ଥାପନ କରି ପୂଜା କରିଛନ୍ତି । ସାରା ରାଜ୍ୟରେ ଆଜି ପୂଜାକୁ ଆଜି ମହା ଧୂମଧାମରେ ପାଳନ କରାଯାଉଛି ।