ଆକାଶରେ ଉଡିଲେ ୭୧ ବର୍ଷିୟା ବୃଦ୍ଧା । ସୋସିଆଲ ମିଡିଆରେ ଭାଇରାଲ ହେଲା ପାରାଗ୍ଲାଇଡିଂ ସମୟର ଦୃଶ୍ୟ

‘ଡରକେ ଆଗେ ଜିତ ହେ’

189

କନକ ବ୍ୟୁରୋ: ପାରାଚ୍ୟୁଟରେ ଆକାଶରେ ଉଡିଲେ ୭୧ ବର୍ଷିୟା ବୃଦ୍ଧା । କଥାଟା ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସତ । ସୋସିଆଲ ମିଡିଆରେ ବିଳାଶପୁରରେ ରହୁଥିବା ଜଣେ ବୟଷ୍କ ମହିଳାଙ୍କ ଭିଡଓ ଭାଇରାଲ ହେଉଛି । ଯେଉଁଥିରେ ବୟଷ୍କ ମହିଳା ଜଣଙ୍କ ପାରାଗ୍ଲାଇଡିଂ କରୁଥିବାର ନଜର ଆସିଛନ୍ତି ।
କୁହାଯାଏ ‘ଡରକେ ଆଗେ ଜିତ ହେ’ ଆଉ ଏହି କୁହା କଥାକୁ ପ୍ରମାଣ କରି ଦେଖାଇଛନ୍ତି ବିଳାଶପୁରରେ ବାସ କରୁଥିବା ୭୧ ବର୍ଷିୟ ସନ୍ତୋଷ ମିତ୍ରା । ପୁଅର ଜନ୍ମଦିନ ଅବସରେ ପରିବାର ସହ ‘କୁଲୁ’ ଯାଇଥିଲେ ସନ୍ତୋଷ ମିତ୍ରା । ସେଠାରେ ସେ ପାରାଗ୍ଲାଇଡିଂ କରିବାକୁ କହିଥିଲେ । କିନ୍ତୁ ପାରାଗ୍ଲାଇଡିଂ କରିବା ପାଇଁ ବୟଷ୍କ ମହିଳାଙ୍କୁ ସଫା ସଫା ମନା କରିଦେଇଥିଲେ ପାରାଗ୍ଲାଇଡର । ହେଲେ ମହିଳାଙ୍କ ଜିଦ ଆଗରେ ପାରା ଗ୍ଲାଇଡରଙ୍କ କଥା ରହିନଥିଲା । ଶେଷରେ ମହିଳାଙ୍କୁ ପାରାଗ୍ଲାଇଡିଂ କରିବାକୁ ରାଜି ହୋଇଥିଲେ ପାରାଗ୍ଲାଇଡର । ଏହା ପରେ ମହିଳା ଜଣକ ଆକାଶରେ ଉଡିବା ସହ ପାରାଗ୍ଲାଇଡିଂର ଭରପୁର ମଜା ଉଠାଇଥିଲେ ।

ଯେଉଁ କାମ କରିବା ପାଇଁ ଯୁବକ ମାନଙ୍କ ସାହସ ହୋଇନଥାଏ । ସେଠାରେ ଏହି ୭୧ ବର୍ଷିୟ ମହିଲା ଜଣକ ପାରାଚ୍ୟୁଟରେ ହଜାର ଫୁଟ ଉପରେ ଉଡି ପ୍ରମାଣ କରିଦେଇଛନ୍ତି କି, ସାହସ ଥିଲେ ଚାଲିପାରୁନଥିବା ଲୋକବି ସବୁ କିଛି କରିପାରେ ।