କୁଲଗ୍ରାମ୍ ଏନକାଉଣ୍ଟରେ ସହିଦ ଡିଏସପିଙ୍କୁ ଦିଆଗଲା ଶେଷ ଶ୍ରଦ୍ଧାଞ୍ଜଳୀ ! ଗତକାଲି ଆତଙ୍କବାଦୀ ଗୁଳିରେ ଟଳି ପଡିଥିଲେ ଜମ୍ମୁ-କାଶ୍ମୀର ପୁଲିସ ଡିଏସପି ଅମନ ଠାକୁର । 

173

କୁଲଗ୍ରାମରେ ଏନକାଉଣ୍ଟରରେ ସହିଦ ହୋଇଥିବା ଜମ୍ମୁ-କାଶ୍ମୀର ପୁଲିସର ଡିଏସପି ଅମନ୍ ଠାକୁରଙ୍କ ଆଜି ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଜାମ୍ମୁରେ ଅମନଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଭିଡ ଦେଖିବାକୁ ମିଳିଥିଲା । ଏଥିରେ ଜାମ୍ମୁ-କାଶ୍ମୀର ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଓ ରାଜ୍ୟର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଶେର-ଏ-କାଶ୍ମୀର ବୀରତା ପଦକରେ ସମ୍ମାନିତ ଅମନ ଠାକୁରଙ୍କ ଶେଷକୃତ୍ୟ ଆଜି ସନ୍ଧ୍ୟାରେ ହେବ ।

୨୦୧୧ ମସିହାରେ ଅମନ ଅଧ୍ୟାପକ ପଦବୀ ଛାଡି କାଶ୍ମୀର ପୋଲିସରେ ସାମିଲ ହୋଇଥିଲେ । ୨୦୧୩ ରେ ଅମନଙ୍କ ବିବାହ ହୋଇଥିଲା । ସହିଦ ହେବା ପରେ ଅମନଙ୍କ ବାପା ମା, ପତ୍ନୀ ଓ ୬ ବର୍ଷର ପୁଅ ଅଛନ୍ତି । ଗତକାଲି ଆତଙ୍କୀଙ୍କ ଗୁଳିରେ ଦେଶ ପାଇଁ ସହିଦ ହୋଇଥିଲେ ଅମନ ଠାକୁର ।