କୁଳଭୂଷଣ ଯାଦବ ପ୍ରସଙ୍ଗ ଏବେ ଭାରତ ପାଇଁ ଚାଲେଂଜ ! ଶତ୍ରୁତାର ରାଗ ଜଣେ ନୀରିହ ଭାରତୀୟଙ୍କ ଉପରେ ସୁଝାଉଛି ପାକିସ୍ତାନ

37

କନକ ବ୍ୟୁରୋ : କୁଳଭୂଷଣ ଯାଦବ ପ୍ରସଙ୍ଗ ଏବେ ଭାରତ ପାଇଁ ଚାଲେଂଜ ହୋଇପଡିଛି । ପାରସ୍ପରିକ ଶତ୍ରୁତାର ରାଗ ପାକିସ୍ତାନ ଜଣେ ନୀରିହ ଭାରତୀୟଙ୍କ ଉପରେ ସୁଝାଉଛି । ଏହାକୁ କେହି ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ଅନ୍ୟପଟେ କୁଳଭୂଷଣ ଯାଧବଙ୍କୁ ମୁକ୍ତ କରିବା ପାଇଁ ଭାରତ ସରକାର ଅଂଟା ଭିଡିଛନ୍ତି । ଗତକାଲି କୁଳଭୂଷଣଙ୍କ ଫାଶି ଦଣ୍ଡାଦେଶକୁ ସଂସଦ ଏକ ସ୍ୱରରେ ନିନ୍ଦା କରିଛି । ଆଜି ସଂସଦର ଉଭୟ ଗୃହରେ ପାକିସ୍ତାନ ବିରୋଧରେ ନିନ୍ଦା ପ୍ରସ୍ତାବ ଉପସ୍ଥାପିତ ହେବ ।

ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି କୁଳଭୂଷଣଙ୍କୁ ଆଇନ ଓ ନିୟମର ମର୍ଯ୍ୟାଦା ଉଲ୍ଲଂଘନ କରାଯାଇ ଦଣ୍ଡ ଦିଆଯାଇଛି । ଭାରତ ସରକାର ପାକିସ୍ତାନ ବିରୋଧରେ ଅନ୍ତର୍ଜାତୀୟ ଅଦାଲତଙ୍କ ଦ୍ୱାରସ୍ଥ ହେବ । ଆଜି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରରୁ କହିଛନ୍ତି ଅନ୍ତର୍ଜାତୀୟ ଚାପ ପକାଇ ପକିସ୍ତାନ କବଳରୁ କୁଳଭୁଷଣଙ୍କୁ ମୁକ୍ତ କରିବା ଉତମ ବିକଳ୍ପ । କାରଣ ଏପରି କଲେ ବିଶ୍ୱଦରବାରରେ ପାକିସ୍ତାନର ପୋଲ ଖୋଲିଯିବ । ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟନ ସ୍ୱାମୀ ମଧ୍ୟ କୁଳଭୂଷଣଙ୍କ ଫାଶିଦଣ୍ଡାଦେଶକୁ ନେଇ ପାକିସ୍ତାନ ଉପରେ ବର୍ଷିଛନ୍ତି ।

ସେପଟେ ପାକିସ୍ତାନ ମିଡିଆ ନେପାଳରୁ ପାକ ଆର୍ମିର ଲେଫ୍ଟନାନଟ କର୍ଣ୍ଣେଲଙ୍କ ନିଖୋଜ ଘଟଣାକୁ କୁଳଭୂଷଣ ସହ ଯୋଡି ପ୍ରମୁଖତା ଦେଉଛନ୍ତି । କୁଳଭୂଷଣଙ୍କ ରାୟ ଶୁଣାଣି ପୂର୍ବରୁ ପାକିସ୍ତାନ କର୍ଣ୍ଣେଲ ମହମ୍ମଦ ହବିବ ଜହିର ନେପାଳର ଲୁମ୍ବିନିରୁ ନିଖୋଜ ହୋଇଛନ୍ତି । ତେଣୁ ପାକିସ୍ତାନର ଅଭିଯୋଗ ମହମ୍ମଦ ହବିବଙ୍କୁ ଭାରତୀୟ ଗୋଇନ୍ଦା ସଂସ୍ଥା ର ଏଜେଂଟ ଅପହରଣ କରିଛି ।

ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାର୍ଚ୍ଚ ୨୦୧୬ରେ ଯାଧବଙ୍କୁ ଗିରଫ କରିବା ଟିମରେ ନିଖୋଜ କର୍ଣ୍ଣେଲ ମହମ୍ମଦ ହବିବ ମଧ୍ୟ ଥିଲେ । ସେପଟେ ଆମେରିକା ବିଶେଷଜ୍ଞ ମଧ୍ୟ କୁଲଭୂଷଣଙ୍କୁ ଫାଶିଦଣ୍ଡାଦେଶ ଉପରେ ପ୍ରଶ୍ନ ଉଠାଇଛନ୍ତି । ଭାରତ ବିଶ୍ୱ ଦରବାରରେ ପାକିସ୍ତାନକୁ ବାସନ୍ଦ ପାଇଁ କରିଥିବା ଉଦ୍ୟମର ବଦଲା ନେଉଛି ଇସାଲାମବାଦ । ସେହିପରି ମୁମ୍ବାଇ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ ଶୁଣାଣି ପାଇ ପାକିସ୍ତାନ ଟାଳଟୁଳ ନୀତି ଆପଣେଇ ସମୟ ଗଡାଉଛି । ହେଲେ କୁଳଭୂଷଣ ଯାଧବ ମାମଲାରେ ପାକିସ୍ତାନର ଶୁଣାଣି କିପରି ଶୀଘ୍ର ହେଲା ବୋଲି ଆମେରିକା ପ୍ରତିରକ୍ଷା ବିଶେଷଜ୍ଞ ପ୍ରଶ୍ନ କରିଛନ୍ତି ।