କୁଳଭୂଷଣ ଯାଦବ ମାମଲା: ଭାରତର କନସୁଲାର୍ ଆସେସ୍ ପ୍ରସ୍ତାବକୁ ଖାରଜ କଲା ପାକିସ୍ତାନ

29

କନକ ବ୍ୟୁରୋ: କୁଳଭୂଷଣ ଯାଦବ ମାମଲାରେ ପାକିସ୍ତାନ ଭାରତର କନସୁଲାର୍ ଆସେସ୍ ପ୍ରସ୍ତାବକୁ ଖାରଜ କରିଦେଇଛି । ପାକିସ୍ତାନ ଫରେନ୍ ଅଫିସ ମୁଖପାତ୍ର ନଫିସ୍ ଜାକାରିଆ କହିଛନ୍ତି, କନସୁଲାର୍ ଆସେସ୍ ପ୍ରସ୍ତାବ ତର୍କ ସଙ୍ଗତ ନୁହେଁ ।

ଭାରତ ସତକୁ ଲୁଚାଇ, କୁଳଭୂଷଣକୁ ଏକ ସାଧାରଣ କଏଦୀ ଦୃଷ୍ଟିରେ ଦେଖୁଥିବା ସେ ଅଭିଯୋଗ କରିଛନ୍ତି । ନଫିସ୍ ଜାକାରିଆ କହିଛନ୍ତି ଭାରତ ଭୁଲିଯିବା ଉଚିତ ନୁହେଁ, ଯେ ଯାଦବ ଜଣେ ‘ର’ ଏଜେଂଟ୍, ଯାହାକୁ ପାକିସ୍ତାନର ଶାନ୍ତି ଭଙ୍ଗ କରିବାକୁ ଭାରତରୁ ପଠାଯାଇଥିଲା ।

ଏହିକଥା ନିଜେ କୁଳଭୂଷଣ ଯାଦବ ଜେରା ବେଳେ ସ୍ୱୀକାର କରିଛି । କୁଳଭୂଷଣ ଯାଦବର ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ବହୁ ପାକିସ୍ତାନୀଙ୍କ ଜୀବନ ଯାଇଛି । ତେଣୁ ଯାଦବଙ୍କୁ କିପରି କନସୁଲାର୍ ଆସେସ୍ ଦିଆଯିବ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି ।