ଧରାପଡିଲା ପାକିସ୍ତାନ ମିଛ ! ପାକ୍ ଟିଭି ଚ୍ୟାନେଲରେ ପୂର୍ବତନ ସେନା ଅଧିକାରୀ ମାନିଲେ , ଇରାନରୁ ଅପହୃତ ହୋଇଛନ୍ତି କୁଳଭୂଷଣ

36

କନକ ବ୍ୟୁରୋ : ଧରାପଡିଲା ପାକିସ୍ତାନର ମିଛି । କୁଳଭୂଷଣ ଯାଦବ ପାକିସ୍ତାନରୁ ନୁହେଁ ବରଂ ଇରାନରୁ ଗିରଫ ହୋଇଥିବା କଥା ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ଆଉ ଏହି କଥାକୁ ସ୍ୱୀକାର କରିଛନ୍ତି ପାକିସ୍ତାନର ଜଣେ ପୂର୍ବତନ ସାମରିକ ଅଧିକାରୀ । ପାକିସ୍ତାନର ପୂର୍ବତନ ସେନା ଅଧିକାରୀ ଲେଫଟନାଂଟ ଜେନେରାଲ ଅମଜାଦ ସୋହେବ କହିଛନ୍ତି, କୁଳଭୂଷଣ ଯାଦବଙ୍କୁ ଇରାନରୁ ଗିରଫ କରାଯାଇଥିଲା ।

ଅମଜାଦ ସୋହେବ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଅଧିକାରୀ ଥିଲେ । ଏକ ପାକିସ୍ତାନ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଅମଜାଦ ସୋହେବ ଏହି କଥା କହିଛନ୍ତି । ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବଙ୍କୁ ପାକିସ୍ତାନରେ ଫାଶୀ ଦଣ୍ଡାଦେଶ ଦିଆଯାଇଛି । ଏହା ଉପରେ ଅନ୍ତର୍ଜାତୀୟ କୋର୍ଟ ସ୍ଥଗିତାଦେଶ ଦେଇ ରାୟକୁ ସଂରକ୍ଷିତ ରଖିଛନ୍ତି ।