କୁଲଭୂଷଣଙ୍କୁ ଫାଶୀ ଉପରେ ରୋକ୍ ! ଭାରତର ଆବେଦନକୁ ବିଚାର ପାଇଁ ଗ୍ରହଣ କଲେ ଅନ୍ତର୍ଜାତୀୟ କୋର୍ଟ

18

କନକ ବ୍ୟୁରୋ: କୁଲଭୂଷଣ ଯାଦବଙ୍କ ଫାଶୀ ଉପରେ ଲାଗିଲା ରୋକ୍ । କୁଲଭୂଷଣ ମାମଲାରେ ଭରତର ଆବେଦନକୁ ଗ୍ରହଣ କରିଛନ୍ତି ଅନ୍ତର୍ଜାତୀୟ କୋର୍ଟ । ଏଥିସହ ପାକିସ୍ତାନର ଫାଶୀ ଦଣ୍ଡାଦୋଶ ଉପରେ ରୋକ ଲଗାଇଛନ୍ତି କୋର୍ଟ ।

ଅନ୍ତର୍ଜାତୀୟ କୋର୍ଟଙ୍କ ଏହି ପଦକ୍ଷେପ ଫଳରେ ପାକିସ୍ତାନକୁ ଲାଗିଛି ଜୋରଦାର ଝଟକା । କାରଣ କୁଲଭୂଷଣଙ୍କୁ ପାକିସ୍ତାନରେ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ କରାଯାଇଛି । ତାଙ୍କ ବିରୋଧରେ ବିଚାର କରି ସେଠାକାର ସାମରିକ ସରକାର ଫାଶୀ ଦଣ୍ଡାଦେଶ କରିଛନ୍ତି । ଯାହାକୁ ତୀବ୍ର ବିରୋଧ କରିଆସୁଛି ଭାରତ ।

ଭାରତୀୟ ଗୁଇନ୍ଦା ସଂସ୍ଥା- ର’ ଏଜେଂଟ ଭାବେ, କୁଲଭୂଷଣ ପାକିସ୍ତାନର ବେଲୁଚିସ୍ତାନରେ ଗୁଇନ୍ଦାଗିରି କରୁଥିଲେ ବୋଲି ମିଥ୍ୟା ଆରୋପ ଲଗାଇ ତାଙ୍କୁ ବନ୍ଦି କରି ରଖିଛି ପାକିସ୍ତାନ । ଜେରା ସମୟରେ କୁଲଭୂଷଣ ଏହାକୁ ସ୍ୱୀକାର କରିଛନ୍ତି ବୋଲି ଏକ ଭିଡିଓ ଟେପ ଜାରି କରି ଭାରତକୁ ବଦନାମ କରିବାକୁ ଚେଷ୍ଟା କରିଆସୁଛି ଇସଲାମାବାଦ ।

ପାକିସ୍ତାନ ଜେଲରେ ବନ୍ଦି ଥିବା ଏହି ପୂର୍ବତନ ନୌସେନା ଅଧିକାରୀଙ୍କୁ ମୁକ୍ତ କରିବା ଲାଗି ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛି ନୂଆଦିଲ୍ଲୀ । ଶେଷରେ ଅନ୍ତର୍ଜାତୀୟ କୋର୍ଟଙ୍କ ହସ୍ତକ୍ଷେପ ପରେ କୁଲଭୂଷଣଙ୍କ ପାଶୀ ଉପରେ ଲାଗିଛି ରୋକ୍ ।