ସଧବାଙ୍କୁ ବିଧବା ସଜାଇଲା ପାକିସ୍ତାନ ! କୁଳଭୂଷଣଙ୍କ ପତ୍ନୀ ଓ ମା’ଙ୍କୁ ନିର୍ଯ୍ୟାତନା କଥା ଶୁଣି ସ୍ତବ୍ଧ ହୋଇଗଲା ସଂସଦ

39

କନକ ବ୍ୟୁରୋ : କୁଳଭୂଷଣର ମାଆ ଓ ପତ୍ନୀଙ୍କୁ ବିଧବା ସଜାଇଥିଲା ପାକିସ୍ତାନ । ଆଜି ସଂସଦରେ ବିବୃତି ରଖି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି, ମଥାରୁ ବିନ୍ଦି ଓ ବେକରୁ ମଙ୍ଗଳସୂତ୍ର କାଢି ନେବା ବେଳେ କୁଳଭୂଷଣଙ୍କ ମାଆ ଏନେଇ ପାକିସ୍ତାନୀ କର୍ମଚାରୀଙ୍କୁ ଏପରି ନକରିବାକୁ ଅନୁରୋଧ କରିଥିଲେ । କହିଥିଲେ, ଏହା ଭାରତୀୟ ସଂସ୍କୃତିରେ କରାଯାଏ ନାହିଁ । କିନ୍ତୁ ପାକିସ୍ତାନୀମାନେ ଏହାକୁ ଶୁଣିନ ଥିଲେ । ମାଆଙ୍କୁ ଏପରି ବେଶରେ ଦେଖି, କୁଳଭୂଷଣ ସନ୍ଦେହ କରିଥିଲେ ଯେ, ତାଙ୍କ ବାପା ଆଉ ନାହାନ୍ତି ।

Kulbhushan Yadav From Death Sentenceପାକିସ୍ତାନରେ କୁଲଭୂଷଣଙ୍କ ପତ୍ନୀ ଓ ମାଆଙ୍କୁ ମାନସିକ ନିର୍ଯାତନା ଦିଆଯାଇଥିଲା, ସଂସଦରେ ତା’ର ପୂରା ବିବରଣୀ ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ । ଦୁଇ ମହିଳାଙ୍କୁ ବିଧବା ସଜାଇ ଅମାନବିକତାର ସବୁ ସୀମା ଟପି ଯାଇଥିଲା ପାକିସ୍ତାନ । ସୁଷମା ସ୍ୱରାଜ ସେହି ମୁହୂର୍ତକୁ ବର୍ଣ୍ଣନା କଲାବେଳେ ସଂସଦରେ ଲଜ୍ଜା ଲଜ୍ଜା ବୋଲି ନାରାବାଜି ଶୁଣିବାକୁ ମିଳିଥିଲା । ଏତିକିରେ ଅଟକି ଯାଇନଥିଲା ପାକିସ୍ତାନର ନିଚ୍ଚପଣ । ପାକସ୍ତାନୀ ସାମ୍ବାଦିକମାନେ କାତିଲ ବେଟା ଓ କାତିଲ ପତି କହି ଅପମାନ କରିଥିଲେ କୁଲଭୂଷଣଙ୍କ ପତ୍ନୀ ଓ ମାଅଙ୍କୁ ।

ଯେତେବେଳେ ସଂସଦରେ ସୁଷମା ସ୍ୱରାଜ ସେହି ମୁହୁର୍ତର ସୂଚନା ଦେଊଥିଲେ ପୂରା ଗୃହ ସ୍ତବ୍ଧ ହୋଇ ଯାଇଥିଲା । ଲଜ୍ଜା ଲଜ୍ଜା ବୋଲି ନାରାବାଜି ଶୁଣିବାକୁ ମିଳିଥିଲା । ସୁରକ୍ଷା ଯାଂଚ ନାଁରେ କିଭଳି ମାନବିକତାକୁ ଦଳିମକଚି ଦିଆଯାଏ, ପାକିସ୍ତାନ ଦେଖାଇଥିଲା ତା’ର ନମୂନା ।ଏତିକିରେ ଅଟକି ଯାଇନଥିଲା ପାକିସ୍ତାନର ନିଚ୍ଚପଣ । ପାକିସ୍ତାନର ସାମ୍ବାଦିକମାନେ ମଧ୍ୟ ଅପମାନ କରିଥିଲେ କୁଲଭୂଷଣଙ୍କ ପତ୍ନୀ ଓ ମାଅଙ୍କୁ । କାତିଲ ବେଟା, କାତିଲ ସ୍ୱାମୀ କହି ସେମାନଙ୍କୁ ଲାଂଛନା ଦେଉଥିବା ବେଳେ ପାକିସ୍ତାନୀ ଅଧିକାରୀମାନେ ସବୁ ଦେଖି ନଦେଖିଲା ଭଳି ଅଭିନୟ କରୁଥିଲେ ।

pak_kulbhushan_1514195549_618x347ସାକ୍ଷାତକାର ହେବା ପୂର୍ବରୁ ପ୍ରଥମେ କୁଳଭୂଷଣଙ୍କ ମାଆ ଓ ପତ୍ନୀଙ୍କ ପୋଷାକ ବଦଳା ଦିଆଯାଇଥିଲା । ଏହାପରେ ଦୁହିଁଙ୍କ ହାତରୁ ଚୁଡି, ମଥାରୁ ବିନ୍ଦି ଏବଂ ବେକରୁ ମଙ୍ଗଳସୂତ୍ର ବି କାଢି ଦିଆଯାଇଥିଲା । କେବଳ ସେତିକି ନୁହେଁ ଦୁହିଁଙ୍କ ଜୋତାକୁ ଓହ୍ଲାଇ ଅଲଗା ଜୋତା ପିନ୍ଧିବାକୁ ଦିଆଯାଇଥିଲା । ଆଉ ସାକ୍ଷାତ୍କାର ପରେ ଯେତେବେଳେ କୁଳଭୂଷଣଙ୍କ ପତ୍ନୀ ନିଜ ଜୋତା ମାଗିଲେ ତାଙ୍କୁ ଫେରସ୍ତ କରାଯାଇନଥିଲା । ଯାହାକୁ ନେଇ ପାକିସ୍ତାନ ମିଡିଆରେ ଭିନ୍ନ ଭିନ୍ନ ଖବର ମଧ୍ୟ ଘୁରି ବୁଲୁଛି । କେତେବେଳେ କୁହାଯାଉଛି କୁଳଭୂଷଣଙ୍କ ପତ୍ନୀଙ୍କ ଜୋତାରେ କ୍ୟାମେରା ଖଂଜା ଯାଇଥିଲା, ତ ପୁଣି କେତେବେଳେ କୁହାଯାଉଛି ସେଥିରେ କିଛି ଚିପ୍ ଲଗାଯାଇଥିଲା । କୁଳଭୂଷଣଙ୍କ ପତ୍ନୀଙ୍କ ଜୋତାକୁ ଏବେ ଫରେନସିକ୍ ଯାଂଚ ପାଇଁ ପଠାଇଥିବା ଯୁକ୍ତି ବାଢିଛି ପାକିସ୍ତାନ ।

ଅନ୍ତର୍ଜାତୀୟ ଅଦାଲତଙ୍କ ଚାପ ପରେ କୁଳଭୂଷଣ ଯାଦବଙ୍କୁ ତାଙ୍କ ମାଆ ଓ ପତ୍ନୀଙ୍କ ସହ ସାକ୍ଷାତ୍ ପାଇଁ ଅନୁମତି ଦେଇଥିଲା ପାକିସ୍ତାନ । ମାତ୍ର ପାକିସ୍ତାନରେ ଯେଭଳି ସେମାନଙ୍କ ସହ ବ୍ୟବହାର କରାଯାଇଛି ତାହାକୁ ଭାରତ ସହଜରେ ଗ୍ରହଣ କରିବ ନାହିଁ ବୋଲି ସଂସଦରେ କହିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ।