କାଚ ପଛରେ ରହିଲା ଚେହେରା, ଫୋନରେ ହେଲା କଥାବାର୍ତ୍ତା ! ଜାଣନ୍ତୁ କୁଳଭୂଷଣଙ୍କ ସହ କିପରି ହୋଇଥିଲା ପରିବାରର ମିଳନ

27

ଦୀର୍ଘ ୨୧ ମାସ ଧରି ଗୁପ୍ତଚର ବୃତ୍ତିରେ ପାକିସ୍ତାନ ଜେଲରେ ବନ୍ଦୀ ଭାବେ ଜୀବନ କାଟୁଥିବା ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଭେଟିଛନ୍ତି ତାଙ୍କ ପରିବାର । ପାକିସ୍ତନା ବୈଦଶିକ ମନ୍ତ୍ରଣାଳୟର ଏକ ବନ୍ଦ କୋଠରୀ ମଧ୍ୟରେ ଏହି ସାକ୍ଷାତକାର ହୋଇଛି । ତେବେ ସାକ୍ଷାତକାର ସମୟରେ କୁଳଭୂଷଣ ଓ ତାଙ୍କ ପରିବାର ମଧ୍ୟରେ ପାଚେରୀ ହୋଇ ଠିଆ ହୋଇଥିଲା କାଚ । ଏକ ବନ୍ଦ କୋଠରୀର କାଚ ପାଚେରୀର ଗୋଟିଏ ପଟେ କୁଳଭୂଷଣ ଓ ଅନ୍ୟପଟେ ତାଙ୍କ ପରିବାର ଛିଡା ହୋଇଥିଲେ । କଥାବାର୍ତ୍ତାର ଏକମାତ୍ର ମାଧ୍ୟମ ଥିଲା ଫୋନ । ଏହି ସାକ୍ଷାତକାର ସମୟରେ କୁଳଭୂଷଣଙ୍କ ପରିବାର ସହ ଭାରତର ଉପଉଚ୍ଚାୟୁକ୍ତ ଜି.ପି ସିଂହ ମଧ୍ୟ ଉପସ୍ଥିତ ଥିଲେ । କୁଳଭୂଷଣଙ୍କ ସହ ତାଙ୍କ ପରିବାର ସାକ୍ଷାତାକାର କରିବାର ଫଟୋ ମଧ୍ୟ ପାକିସ୍ତାନ ସଙ୍ଗେ ସଙ୍ଗେ ସେୟାର କରିଛି ।

kul_122517031509ପାକିସ୍ତାନର ସେନା ଅଦାଲତ ଗୁପ୍ତଚର ବୃତ୍ତି ପାଇଁ କୁଳଭୂଷଣଙ୍କୁ ମୃତ୍ୟୁଦଣ୍ଡ ଦେଇଥିବା ବେଳେ କୁଲଭୂଷଣଙ୍କୁ ମିଳିବ ରାଜନୈତିକ ସହାୟତା । ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଲଭୂଷଣଙ୍କୁ ରାଜନୈତିକ ସହାୟତା ଯୋଗାଇ ଦିଆଯିବ ବୋଲି ପାକ୍ ସରକାର ନିଷ୍ପତି ନେଇଥିବା ଖବର ପ୍ରସାରଣ କରିଛି ପାକିସ୍ତାନୀ ଗଣମାଧ୍ୟମ ଜିଓ ନ୍ୟୁଜ୍ । ତେବେ ଭାରତ ପକ୍ଷରୁ ଜିଓ ନ୍ୟୁଜ୍ ର ଏହି ଦାବିକୁ ଖଣ୍ଡନ କରାଯାଇଛି । ତେବେ କୁଳଭୁଷଣଙ୍କୁ ଭେଟିବା ପରେ ଆଜି ହିଁ ତାଙ୍କ ପରିବାର ଭାରତ ଫେରି ଆସିବେ । ପାକିସ୍ତାନ ମାଟିରେ ଥିବା ପର୍ଯ୍ୟନ୍ତ କୁଲଭୂଷଣଙ୍କ ପରିବାରକୁ ସଂପୂର୍ଣ ସୁରକ୍ଷା ଯୋଗାଇ ଦେବାକୁ ପୂର୍ବରୁ ସର୍ତ ରଖିଥିଲା ଭାରତ । ଏହା ସହ କୁଲଭୂଷଣଙ୍କ ମାଆ ଓ ପତ୍ନୀଙ୍କୁ ପାକିସ୍ତାନରେ କୌଣସି ପ୍ରକାର ଜେରା ହେବନାହିଁ ବୋଲି ମଧ୍ୟ ଭାରତ ସର୍ତ ରଖିଛି ।

କୁଳଭୂଷଣଙ୍କ ପୂରା କାହାଣୀ :
ଇରାନର ଅପହରଣ କରି ନେଇ କୁଲଭୂଷଣଙ୍କୁ ମିଛ ମାମଲାରେ ଫସାଇଛି ପାକିସ୍ତାନ ।
କୁଲଭୂଷଣଙ୍କ ବିରୋଧରେ ଗୁପ୍ତଚର ବୃତି ଓ ଆତଙ୍କବାଦ ସହ ଦେଶ ବିରୋଧରେ ଷଡଯନ୍ତ୍ର କରୁଥିବା ଅଭିଯୋଗ ଆଣିଛି ପାକିସ୍ତାନ । ପାକିସ୍ତାନ ସାମରିକ ଅଦାଲତରେ କୁଲଭୂଷଣଙ୍କ ମାମଲାର ଏକତରଫା ଶୁଣାଣି ହୋଇଛି । ଜୋର ଜବରଦସ୍ତ ବୟାନ ଆଦାୟ କରି କୁଲଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।
କୁଲଭୂଷଣଙ୍କ ବିଚାର କରି ମୃତ୍ୟୁ ଦଣ୍ଡାଦେଶ ଶୁଣାଇ ସାରିଛନ୍ତି ପାକିସ୍ତାନ ସାମରିକ ଅଦାଲତ ।
କୁଲଭୂଷଣଙ୍କୁ ଆଇନ ସହାୟତା ପାଇଁ ଭାରତର ଦାବିକୁ ପୂର୍ବରୁ ଖାରଜ କରିଦେଇଛି ପାକିସ୍ତାନ ।
କୁଲଭୂଷଣ ଯାଦବ ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ ବୋଲି ସ୍ପଷ୍ଟ କରିସାରିଛି ଭାରତ ।
କୁଲଭୂଷଣଙ୍କ ମୃତ୍ୟୁ ଦଣ୍ଡାଦେଶକୁ ଅନ୍ତର୍ଜାତୀୟ ଅଦାଲତରେ ଉଠାଇଛି ଭାରତ ।
କୁଲଭୂଷଣଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି ଅନ୍ତର୍ଜାତୀୟ ନ୍ୟାୟାଳୟ ।