ଲୋୟର ପିଏମଜିରେ କୁଡୁମୀ ସେନା ଓ ପୁଲିସ ଧସ୍ତାଧସ୍ତି । ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୁଲିସ

୭ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି କୁଡୁମୀ ସେନା

167

କନକ ବ୍ୟୁରୋ : ୭ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି କୁଡୁମୀ ସେନା । ଲୋୟର ପିଏମଜିରେ ଆନ୍ଦୋଳନ ବେଳେ କୁଡୁମୀ ସେନା ଓ ପୁଲିସ ଧସ୍ତାଧସ୍ତି ହୋଇଛନ୍ତି । ଆନ୍ଦୋଳନକାରୀଙ୍କୁ ପୁଲିସ ଉଠାଇନେଇଛି । ହଜାର ହାଜର କୁଡୁମୀ ସେନାଙ୍କୁ ଆଜି ରାଜରାସ୍ତାରେ ଦେଖିବାକୁ ମିଳିଛି ।ରାଜ୍ୟରେ ୨୫ ଲକ୍ଷରୁ ଅଧିକ କୁଡୁମୀ ସଂପ୍ରଦାୟର ଲୋକ ଅଛନ୍ତି । ଅନୁସୂଚିତ ଜାତିରେ ପୁନଃ ଅନ୍ତର୍ଭୁକ୍ତ କରିବା ପାଇଁ ଏମାନେ ଦୀର୍ଘ ଦିନ ଧରି ଆନ୍ଦୋଳନ କରିଆସୁଛନ୍ତି ।

 

ପୂର୍ବରୁ ଆଦିବାସୀ ତାଲିକାରେ ଏମାନେ ସାମିଲ ଥିବା ବେଳେ ୧୯୫୬ ମସିହାରେ ଏସଟି ଏସସି ସଂଶୋଧିତ ଆକ୍ଟରେ କୁଡୁମୀ ମାନଙ୍କୁ ଏସଟି ତାଲିକାରୁ ବାଦ୍ ଦିଆଯାଇଛି । ଯାହାକୁ ନେଇ ଦୀର୍ଘଦିନରୁ ଆନ୍ଦୋଳନ କରି ଆସୁଛନ୍ତି କୁଡୁମୀ ସେନା । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛି କୁଡୁମୀ ସେନା ।