କୁଚିଣ୍ଡାରେ ବଗି ଛାଡି ପଳାଇଲା ଇଞ୍ଜିନ୍ ! ଘଟଣାକୁ ଏଡାଇଲେ ବାମରା ଷ୍ଟେସନ୍ ମ୍ୟାନେଜର ।

242

କୁଚିଣ୍ଡାରେ ବଗି ଛାଡି ପଳାଇଲା ଇଞ୍ଜିନ୍ । ଧାରୁଆ ଡ଼ିହ ବାମରା ମଝୀ କୁଅଁର ମାଲ ନରେଲୱେ ଫାଟକ ନିକଟରେ ଏହି ଅଘଟଣ ଘଟିଛି । ୫ଟି ବଗି ଛାଡ଼ି ମାଲବାହୀ ଟ୍ରେନ ଆଗକୁ ପଳାଇଥିଲା । ବ୍ରଜରାଜନଗରରୁ କୋଲାଘାଟକୁ କୋଇଲା ବୋଝେଇ ହୋଇଯାଉଥିବା ବେଳେ ୫ଟି ବଗି ଛାଡ଼ି ମାଲବାହି ଟ୍ରେନ ଆଗକୁ ବଢ଼ି ପଳାଇଥିଲା । ଡ଼୍ରାଇଭର ଜାଣିପାରି ପୁଣି ଟ୍ରେନକୁ ପଛକୁ ଘୁଂଚାଇ ଇଂଞ୍ଜିନ୍ ସହ ସଂଯୋଗ କରି ଆଗକୁ ବଢ଼ିଥିଲା । ଘଟଣାକୁ ଏଡାଇଲେ ବାମରା ଷ୍ଟେସନ୍ ମ୍ୟାନେଜର । ଡ୍ୟୁଟିରେ ନଥିବା କଥା କହି ଘଟଣାକୁ ଏଡାଇଲା ରେଳ ବିଭାଗ । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ ।