ସରପଂଚ ହେବ ତ ଏମିତି…କରୋନା ଭୟରେ ଆସିଲେନି ରାନ୍ଧୁଣିଆ, ନିଜେ ରୋଷେଇ କରି ଶହେରୁ ଅଧିକ ପ୍ରବାସୀଙ୍କୁ ଖାଇବାକୁ ଦେଉଛନ୍ତି କୁଚିଣ୍ଡା ବ୍ଲକ ବକସମା ପଂଚାୟତର ସରପଂଚ ରତନୁ କିଷାନ

ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ସମସ୍ତଙ୍କୁ ଯୋଗ ଓ ପ୍ରାଣାୟମ ମଧ୍ୟ ଶିଖାଉଛନ୍ତି ରତନୁ କିଷାନ

419

କନକ ବ୍ୟୁରୋ: ସରପଂଚ କରୁଛନ୍ତି ପ୍ରବାସୀ ଶ୍ରମିକଙ୍କ ପାଇଁ ରୋଷେଇ । କରୋନା ଯୋଗୁଁ ରାଜ୍ୟ ବାହାରୁ ଫେରିଥିବା ବିଭିନ୍ନ ସ୍କୁଲରେ ସଂଗରୋଧ କେନ୍ଦ୍ର ଖୋଲା ଯାଇ ସେମାନଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା କରାଯାଇଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକସମା ପଂଚାୟତରେ ଥିବା ସ୍କୁଲରେ ସଂଗରୋଧ କେନ୍ଦ୍ର କରାଯାଇଛି । ଏହି କେନ୍ଦ୍ରରେ ଶହେରୁ ଅଧିକ ପ୍ରବାସୀ ଶ୍ରମିକ ରହଛନ୍ତି ।

 

ତେବେ ଏଠାରେ ନିୟୋଜିତ ଥିବା ରାନ୍ଧୁଣିଆ କରୋନା ଭୟରେ ଆସୁନଥିବାରୁ ସରପଂଚ ରତନୁ କିଷାନ ନିଜେ ରୋଷେଇ କରି ପ୍ରବାସୀ ଶ୍ରମିକଙ୍କୁ ଖାଇବାକୁ ଦେଉଛନ୍ତି । ତାଙ୍କୁ ନୋଡାଲ ଅଫିସର ଦୀପକ ପଟେଲ ମଧ୍ୟ ସହଯୋଗ କରୁଥିବା ଦେଖିବାକୁ ମିଳିଛି । ଏଥିସହ ପ୍ରତ୍ୟକ ଦିନ ସକାଳେ ଏବଂ ସନ୍ଧ୍ୟାରେ ନିଜେ ସରପଂଚ ସମସ୍ତଙ୍କୁ ଯୋଗ ଓ ପ୍ରାଣାୟମ ମଧ୍ୟ ଶିଖାଉଛନ୍ତି । ସରପଂଚଙ୍କ ଏହି କାର୍ଯ୍ୟକୁ ସ୍ଥାନୀୟ ଅଂଚଳରେ ବେଶ୍ ପ୍ରଶଂସା କରାଯାଉଛି ।