ବିଜେଡି ଛାଡିଲେ କୁଚିଣ୍ଡା ପୂର୍ବତନ ବିଧାୟକ ବୃନ୍ଦାବନ ମାଝି । କାଲି ବିଜେପିରେ ହୋଇପାରନ୍ତି ସାମିଲ ।

339

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖଉଛି, ନେତାଙ୍କ ଦଳଡିଆଁ ଅଭିଯାନ ସେତିକି ବଢି ବଢି ଚାଲିଛି । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ବଡ ଖବର । ବିଜେଡି ଛାଡିଛନ୍ତି କୁଚିଣ୍ଡାର ପୂର୍ବତନ ବିଧାୟକ ବୃନ୍ଦାବନ ମାଝି । ଟିକେଟ ବଣ୍ଟନକୁ ନେଇ ଅନିୟମିତତା ହୋଇଥିବା ଅଭିଯୋଗ କରି ସେ ଦଳ ଛାଡିଥିବା କହିଛନ୍ତି । ଏନେଇ ସେ ନବୀନ ନିବାସରେ ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସଙ୍କୁ ଇସ୍ତଫା ପତ୍ର ଦେଇଥିବା ସୂଚନା ମିଳିଛି । ତେବେ ସବୁଠାରୁ ବଡ କଥା ହେଉଛି, ଆସନ୍ତାକାଲି ବୃନ୍ଦାବନ ବିଜେପିରେ ସାମିଲ ହୋଇପାରନ୍ତି ।

୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖଉଛି, ଟିକେଟକୁ ନେଇ ସେତିକି ଅସନ୍ତୋଷ ମଧ୍ୟ ତେଜିବାରେ ଲାଗିଛି । ବିଶେଷ କରି ନିର୍ବାଚନ ତାରିଖ ଘୋଷଣା ହେବା ପରେ, ନେତାଙ୍କ ଦଳ ଅଦଳବଦଳ ବଢିଯାଇଛି । ଆଉ ପୁରୁଣା ନେତାଙ୍କୁ ଅଣଦେଖା କରି ନୂଆ କରି ଦଳରେ ସାମିଲ ହେଉଥିବା ନେତାଙ୍କୁ ଟିକେଟ୍ ମିଳୁଥିବାରୁ ମଧ୍ୟ ଅସନ୍ତୋଷ ତେଜିବାର ଦେଖାଯାଉଛି ।