ଏହି ମାସରେ ବନ୍ଦ ହୋଇଯିବ ଏହି ଲୋକପ୍ରିୟ ଟିଭି ସୋ’ ! ‘କୁଛ୍ ରଙ୍ଗ ପ୍ୟାର କେ ଐସେ ଭି’ କୁ ଆଉ ଦେଖିପାରିବେନି ଦର୍ଶକ

35

ସୋନି ଟିଭି ନିଜର ଏକ ଲୋକପ୍ରିୟ ଟିଭି ସୋ’କୁ ବନ୍ଦ କରିବାକୁ ଯାଉଛି । ଏହା ନିଶ୍ଚିତ ରୂପେ ଏକ ଦୁଃଖଦ ଖବର ସୋନି ଟିଭିର ଏହି ସୋ’ ‘କୁଛ୍ ରଙ୍ଗ ପ୍ୟାର କେ ଐସେ ଭି’ର ପ୍ରେମରେ ପଡିଥିବା ଦର୍ଶକଙ୍କ ପାଇଁ । ଖୁବ୍ ଶୀଘ୍ର ଏହି ସୋ’ର ପ୍ରସାରଣରେ ପୂର୍ଣ୍ଣଚ୍ଛେଦ ପଡିଯିବ ।

ମୁମ୍ବାଇ ମିରର୍ ରିପୋର୍ଟ ଅନୁସାରେ , ଏହି ସୋ’କୁ ଏହି ମାସର ଶେଷ ସୁଦ୍ଧା ବନ୍ଦ କିରଦିଆଯିବ । ଏହା ପୂର୍ବରୁ କୁହାଯାଉଥିଲା ଜାନିଫର ୱିଗେଟ୍, କୁଶାଳ ଟଣ୍ଡନ ଓ ଅନେରି ବଜାନୀଙ୍କ ଅଭିନୀତ ସୋ’ ‘ବେହଦ’କୁ ଶେଷ କରିଦିଆଯିବ । କିନ୍ତୁ ଏହାର ଲୋକପ୍ରିୟତାକୁ ଦେଖି ଏହାକୁ ଏବେ ଆଗକୁ ବଢାଯିବ । ‘କୁଛ୍ ରଙ୍ଗ ପ୍ୟାର କେ ଐସେ ଭି’କୁ ପ୍ରସିଦ୍ଧ ଲେଖକ ଦୁର୍ଯ୍ୟୋୟ ଦତ୍ତା ଲେଖିଛନ୍ତି ଓ ଏଥିରେ ଶହିର୍ ଶେଖ୍ ଓ ଏରିକା ପର୍ଣ୍ଣାଡିଜ୍ ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ସୋ’କୁ ଗତ ବର୍ଷ ଫେବୃୟାରୀରେ ଆରମ୍ଭ କରାଯାଇଥିଲା । ଏହି ବର୍ଷ ଫ୍ୟାମିଲ୍ ଡ୍ରାମା ସୋ’ରେ ୭ବର୍ଷର ଲିପ୍ ମଧ୍ୟ ଦିଆଯାଇଥିଲା ।

ଚ୍ୟାନେଲର ଏକ ସୂତ୍ରରୁ ଜଣା ଯେ, ‘ ଏହି ସୋ’କୁ ପୁରା ବନ୍ଦ କରିବା ଖବରର ଝଟକା ସମସ୍ତଙ୍କୁ ଲାଗିଛି । କାରଣ ଏହି ଚ୍ୟାନେଲ୍ ସବୁଠୁ ଲୋକପ୍ରିୟ ସୋ’ ମଧ୍ୟରୁ ଗୋଟିଏ ।