‘ନାଗିନ’ର ନୂଆ ସିରିଜରେ ଦର୍ଶକ ମୌନୀଙ୍କ ପରିବର୍ତ୍ତେ ଦେଖିବେ କ୍ରିଷ୍ଟଲଙ୍କୁ

69

ଏକତା କପୁର ପ୍ରଯୋଜିତ ‘ନାଗିନ’ ସିରିଏଲ ମାଧ୍ୟମରେ ଅଭିନୟ କରି ଅଭିନେତ୍ରୀ ମୌନୀ ରୟ ପାଇଥିଲେ ଢେର ଲୋକପ୍ରୟତା । ଏପରିକି ଟେଲିଭିଜନର ନାଗିନ ଭାବେ ତାଙ୍କୁ ମିଳିଥିଲା ପରିଚୟ । ଆଉ ଏହି ଲୋକପ୍ରିୟତାକୁ ନେଇ ମୌନୀ ଏବେ ବଲିଉଡରେ ମଧ୍ୟ ପ୍ରବେଶ କରିଗଲେଣି । ଏକତା କପୁରଙ୍କ ଚର୍ଚ୍ଚିତ ଏବଂ ସଫଳ ସିରିଏଲ ‘ନାଗିନ’କୁ ନେଇ ସସପେନସ ଶେଷ ହୋଇଛି । ଟିଆରପିରେ ସବୁ ସୋ’ କୁ ପଛରେ ପକାଇଥିବା ନାଗିନକୁ ଦର୍ଶକ ଆଗ୍ରହର ସହ ଅପେକ୍ଷାକରି ରହିଛନ୍ତି । ନାଗିନର ଆଗାମୀ ସିରିଜ ବା ନାଗୀନ-୩ରେ କିଏ ମୁଖ୍ୟ ଭୂମିକାରେ ନଜର ଆସିବ ତାହା ଉପରୁ ଏବେ ପରଦା ଉଠିଛି ।

ସୂଚନା ଅନୁସାରେ, ନାଗୀନରେ ମୌନୀଙ୍କ ଅଭିନୟକୁ ଦର୍ଶକ ଖୁବ ପ୍ରସଂଶା କରିଥିଲେ । କିନ୍ତୁ ମୌନୀ ଏବେ ଟିଭି ଛାଡି ବଲିଉଡରେ ପ୍ରବେଶ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଏକତାଙ୍କୁ ଏପରି ଏକ ଚେହେରାର ଆବଶ୍ୟକ ଥିଲା ଯାହା ମୌନୀଙ୍କ ସ୍ଥାନକୁ ପୁରା କରିପାରିବ । ଏହାକୁ ନଜରରେ ରଖି ସେ ସୁରଭି ଜ୍ୟୋତି ଏବଂ କ୍ରିଷ୍ଟଲ ଡିସୁଜାଙ୍କୁ ବାଛିଥିଲେ । ତେବେ ପରବର୍ତୀ ସମୟରେ ଏକତା ‘ଏକ ହଜାରେ ମେଁ ମେରି ବେହେନା ହୈ’ ଫେମ କ୍ରିଷ୍ଟଲଙ୍କୁ ନାଗିନର ଆଗାମୀ ସିରିଜ ପାଇଁ ବାଛିଛନ୍ତି । ବର୍ତମାନ ନାଗିନର ନୂଆ ସିରିଜରେ ଦର୍ଶକ ମୌନିଙ୍କ ପରିବର୍ତେ କ୍ରିଷ୍ଟଲଙ୍କୁ ଦେଖିବାକୁ ପାଇବେ । ଏଥି ସହ ଏହି ସିରିଏଲରେ ଖଳନାୟିକା ଭାବେ ନଜର ଆସିଥିବା ଆଦା ଖାଁଙ୍କ ସ୍ଥାନରେ ଅଭିନେତ୍ରୀ ବିଦିୟା ତିୱାରୀ କିମ୍ବା ତାନ୍ୟା ଶର୍ମାଙ୍କୁ ନିଆଯାଇପାରେ । ଏକତା କପୁର ଏହାକୁ ନେଇ ଇଂଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଥିଲେ ଯେଉଁଥିରେ କେବଳ ନାଗିନର ଆଖି ଦେଖାଯାଉଥିଲା ।

ସୂଚନା ଅନୁସାରେ ଦୁଇଟି ସିଜିନ୍ ଅପେକ୍ଷା ଏହାର କାହାଣୀ ଭିନ୍ନ ରହିବ । ଏଥିରେ ତିନି ମୁଖ୍ୟ ଭୂମିକାଙ୍କର କଲେଜ ପଢା ସମୟ ଦର୍ଶାଯିବ । ଆଉ ଧୀରେ ଧୀରେ କରି ଅଲୌକିକ ଘଟଣା ସବୁ ସ୍ଥାନିତ କରାଯିବ । ଆସନ୍ତା ଜାନୁଆରୀ ମାସରୁ ସୋ ଆରମ୍ଭ କରାଯିବ ବେଲି ଶୁଣିବାକୁ ମିଳିଛି । ଆପଣଙ୍କୁ କହୁରଖୁଛୁ ଯେ ‘ନାଗିନ’ର ଦୁଇଟି ସିଜନକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏବଂ ଏହି ସୋ ଟିଆରପି ତାଲିକାର ଶୀର୍ଷରେ ରହିଥିଲା । ଏବେ ଦେଖିବାକୁ ବାକି ରହିଲା ଯେ ଏକତା ଆଗାମୀ ନାଗିନରେ କମାଲ ଦେଖାଇପାରୁଛନ୍ତି କି ନାହିଁ ।