ଗତକାଲିର କୃଷି କ୍ୟାବିନେଟ ପରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ : ଦାମଙ୍କୁ ବୟାନ ଦେବାରୁ ବିରତ କରୁଥିଲେ ମନ୍ତ୍ରୀ ମହେଶ୍ୱର ମହାନ୍ତି

36

ଗତକାଲିର କୃଷି କ୍ୟାବିନେଟ ପରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ ।  ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧି ଓ ଅନ୍ୟ ନେତା ଅଧିକାରା ମାନେ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଓ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ମଧ୍ୟରେ କଥାବାର୍ତାକୁ ବେଶ୍ ଉପଭୋଗ କରିଥିଲେ ।

ଗଣମାଧ୍ୟମର ବୁମକୁ ସାଁଉଟି ଆଣିଲେ ଦାମ । ମନଇଚ୍ଛା ବର୍ଷିଗଲେ ଧର୍ମେନ୍ଦ୍ରଙ୍କ ଉପରେ । କିନ୍ତୁ ବାଧା ଦେଲେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, କାରଣ ଦାମଙ୍କ ତୁଣ୍ଡ ଉପରେ ବିଜେଡି ନେତାଙ୍କର ବି ଭରଷା ନାହିଁ । ଆଶଙ୍କା କରୁଥିଲେ କାଳେ ଦାମ ପୁଣି କିଛି କହି ଦଳକୁ ଅସୁବିଧାରେ ପକାଇଦେବେ ।

ଦାମ କିଛି କହିବାପାଇଁ ଚାହୁଁଥିଲେ । ଗଣମାଧ୍ୟମ ପ୍ରତିନିଧି ବି ଦାମଙ୍କ କଥା ରେକର୍ଡ କରିବା ପାଇଁ ପ୍ରସ୍ତୁତ ଥିଲେ । କିନ୍ତୁ ବରିଷ୍ଠ ନେତା ମହେଶ୍ୱର ମହାନ୍ତି ଜିଦ୍ କରୁଥିଲେ ଦାମ କିଛି ନକୁହନ୍ତୁ । ଏ ସବୁ ଦୃଶ୍ୟରୁ ଗୋଟିଏ କଥା କୁହାଯାଇପାରିବ ଯେ ଦାମଙ୍କ ତୁଣ୍ଡକୁ ବିଜେଡି ନେତାଙ୍କ ଭାରି ଭୟ ।