ବରମୁଣ୍ଡାରେ ମୁଖ୍ୟମନ୍ତ୍ରୀଙ୍କ କୃଷି ଓଡିଶା କାର୍ଯ୍ୟକ୍ରମ ! ଉଦଘାଟନ କରିବେ ନବୀନ,୫ ଦିନ ଧରି ଚାଲିବ କର୍ମଶାଳା

97

କନକ ବ୍ୟୁରୋ : ମୋଦିଙ୍କୁ କାଉଣ୍ଟର କରିବାକୁ ଭୁବନେଶ୍ୱର ବରମୁଣ୍ଡା ପଡିଆରେ କୃଷକ ଆଲୋଚନା ଚକ୍ରର ଆୟୋଜନ କରିଛନ୍ତି ନବୀନ । କୃଷକଙ୍କ ଆୟକୁ ବହୁଗୁଣିତ କରିବା ପାଇଁ ଭୁବନେଶ୍ୱର ବରମୁଣ୍ଡା ଖେଳ ପଡିଆରେ କୃଷି ଓଡିଶାର ଆୟୋଜନ କରୁଛନ୍ତି ରାଜ୍ୟ ସରକାର । ସୁଦୃଶ୍ୟ ପ୍ରଦର୍ଶନୀ ସହ ଆଲୋଚନା ଚକ୍ର , କୃଷକ- ବୈଜ୍ଞାନିକ ମତ ବିନିମୟ ଓ ଅଗ୍ରଣୀ କୃଷକମାନଙ୍କ ମଧ୍ୟରେ ଭାବ ବିନିମୟ କାର୍ଯ୍ୟକ୍ରମର ବ୍ୟବସ୍ଥା ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ୧୫ରୁ ୧୯ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବ ଏହି କର୍ମଶାଳା । ଏହି କର୍ମଶାଳାକୁ ପୂବାହ୍ନ ୧୧ଟାରେ ଉଦ୍ଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ କ’ଣ କହିବେ ସେ ଉପରେ ସମସ୍ତଙ୍କର ନଜର ରହିଛି ।

ଆଜି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମୋଦିଙ୍କ ଟାର୍ଗେଟରେ ପଶ୍ଚିମ ଓଡ଼ିଶା ଭୋଟର ହୋଇଥିବାବେଳେ ନବୀନଙ୍କ ଟାର୍ଗେଟରେ କୃଷକ । ପୁଣି ଥରେ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଦେଖିବାକୁ ମିଳିବ ଟକ୍କର । ସରକାରୀ କାର୍ଯ୍ୟକ୍ରମ ସହ  ବଲାଙ୍ଗୀରର ପଥରଚେପା ପଡ଼ିଆରେ ଜନସଭାକୁ ସମ୍ବୋଧିତ କରିବେ ମୋଦି । ଯେଉଁ ସମୟରେ ବଲାଙ୍ଗୀରରେ ମୋଦୀ ଉଦବୋଧନ ଦେଉଥିବେ, ସେହି ସମୟରେ ଭୁବନେଶ୍ୱରରେ କୃଷି ଓଡ଼ିଶା ଆଲୋଚନା ଚକ୍ରରେ ଯୋଗ ଦେଇଥିବେ ନବୀନ । ତେବେ ଦୁଇ ନେତାଙ୍କ ଆଭିମୁଖ୍ୟ କଣ ରହୁଛି ତାହା ଉପରେ ନଜର ।