ଉଦଘାଟିତ ହେଲା କୃଷି ଓଡିଶା-୨୦୨୦ : ରାଜ୍ୟ କୃଷି ନୀତି ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ, ଚାଷ ଓ ଚାଷୀଙ୍କୁ ଗୁରୁତ୍ୱ ଦେବାସହ କୃଷିର ବିକାଶ ପାଇଁ ନିଷ୍ଠାର ସହ କାମ କରୁଛନ୍ତି ରାଜ୍ୟ ସରକାର

296

କନକ ବ୍ୟୁରୋ : ଉଦଘାଟିତ ହେଲା କୃଷି ଓଡିଶା-୨୦୨୦ । ରାଜ୍ୟ କୃଷି ନୀତି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ । ପାରମ୍ପରିକ ଧାରାକୁ ଛାଡ଼ି ଚାଷୀମାନେ କିଭଳି ନୂତନ ଜ୍ଞାନକୌଶଳ ବଳରେ ଲାଭଜନକ ଚାଷ କରିପାରିବେ ସେଥିପାଇଁ ଏହି ମେଗା ପ୍ରଦର୍ଶନୀ ଆରମ୍ଭ ହୋଇଛି ।

କୃଷି ଓଡିଶାର ଉଦଘାଟନ କରି ନବୀନ କହଛନ୍ତି, କୃଷିର ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି ସରକାର । ସେ ଚାହାଁନ୍ତି ସ୍ୱାଭିମାନର ସହ ବଞ୍ଚନ୍ତୁ ଚାଷୀ । କୃଷିର ବିକାଶ ପାଇଁ ସରକାର ନିଷ୍ଠାର ସହ କାମ କରୁଛନ୍ତି । କାଳିଆ ଚାଷୀଙ୍କ ସମ୍ମାନ ବୃଦ୍ଧି କରିଛି । ନୂଆ କୃଷିନୀତି ଚାଷୀର ବିକାଶର ଲକ୍ଷ୍ୟ ବିନ୍ଦୁ । ଚାଷୀମାନେ ବର୍ତ୍ତମାନ ସମୟରେ ଜ୍ଞାନକୌଶଳର ବ୍ୟବହାର କରିବା ଉଚିତ । ଯଦ୍ୱାରା ସେମାନେ ଅଧିକ ଲାଭବାନ ହୋଇପାରିବେ । ସରକାର ଚାଷୀମାନଙ୍କ ହିତରେ କାମ କରୁଛନ୍ତି ଓ ସେମାନଙ୍କ ସହ ସବୁବେଳେ ଅଛନ୍ତି ।

ସେପଟେ କୃଷି ଓଡିଶା-୨୦୨୦ ଉଦଘାଟନୀ ଉତ୍ସବରେ କୃଷିମନ୍ତ୍ରୀ କହିଛନ୍ତି, ୧୪ ଟି ଜିଲ୍ଲାରେ ୭୦ଟି ବ୍ଲକରେ ମାଣ୍ଡିଆ ଚାଷକୁ ଗୁରୁତ୍ୱ ଦିଆଯାଉଛି । ପ୍ରଥମ ଥର ପାଇଁ ମାଣ୍ଡିଆ ମଣ୍ଡି ପ୍ରସ୍ତୁତ କରାଯାଇଛି । ୨୦୦୨ ଓ ୨୦୦୩ରେ ଚାଷୀଙ୍କ ଆୟ ଯେତିକି ଥିଲା ତାହା ଏବେ ୭ ଗୁଣା ବୃଦ୍ଧି ପାଇଛି ।