ପୁଣି ଥରେ ମୁହଁ ଖୋଲିଲେ କେଆରକେ ! ବଲିଉଡର ତିନି ଖାନକୁ ଦେଲେ ଧମକ

37

ବଲିଉଡ ତାରକାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ସେଲ୍ଫ କ୍ଲେମଡ ସମାଲୋଚକ କମାଲ ରସିଦ ଖାନ ଓରଫ କେଆରକେ ପୁଣିଥରେ ନିଜ ତୁଣ୍ଡ ଖୋଲିଛନ୍ତି । ଏଥର ବଲିଉଡର ତିନି ଖାନ ଅଥାର୍ତ ସଲମାନ ଖାନ, ଶାହାରୁଖ ଖାନ ଓ ଅମିର ଖାନଙ୍କୁ ଟାର୍ଗେଟ କରିଛନ୍ତି କେଆରକେ । ଅମିର ଖାନଙ୍କ ଫିଲ୍ମ ସିକ୍ରେଟ ସୁପରଷ୍ଟାରର କ୍ଲାଇମାକ୍ସ ପ୍ରସାରଣ କରିବା ପରେ କେଆରକେଙ୍କ ଟୁଇଟର ଆକାଉଣ୍ଟକୁ ବନ୍ଦ କରାଯାଇଥିଲା । ଏହା ବାବଦରେ ସେ କହିଛନ୍ତି, ବଲିଉଡର ତିନି ଖାନଙ୍କ ଚାପରେ ଟୁଇଟର ତାଙ୍କ ଆକାଉଣ୍ଟକୁ ବନ୍ଦ କରିଛି । ତେବେ ଏହି ବାବଦରେ ସେ ଟୁଇଟର ଓ ଅମିରଙ୍କ ବିରୋଧରେ କେସ କରିବେ ବୋଲି ଧମକ ଦେଇଥିଲେ ।

ଏହାସହ ସେ ବଲିଉଡର ତିନି ଖାନଙ୍କୁ କହିଛନ୍ତି, ତାଙ୍କୁ ଯେ କୌଣସି ଉପାୟରେ ଅଟକାଇବାକୁ ଚାହିଁଲେ ମଧ୍ୟ ସେ ଅଟକିବେ ନାହିଁ । ଏହି ତିନି ଖାନଙ୍କ ଫିଲ୍ମ ନ ଦେଖିବାକୁ ସେ ଲଗାତାର ଲୋକଙ୍କୁ ସଚେତନ କରିବେ । ଏହି ତିନି ଖାନ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ଚାପ ପକାଇ ବନ୍ଦ କରି ପାରିବେ କିନ୍ତୁ ତିନି ଖାନ ଅଭିନୟ କରୁଥିବା ଫିଲ୍ମ ବିଷୟରେ ସେ ରିଭ୍ୟୁ ଦେବେ ଓ ସେମାନଙ୍କର ବାଜେ ଫିଲ୍ମ ନ ଦେଖିବା ପାଇଁ ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନ କରିବାରୁ ତାଙ୍କୁ ରୋକିପାରିବେ ନାହିଁ ।

ଏହାଛଡା ସେ ଶାହରୁଖ ଉପରେ ମଧ୍ୟ ଖୁବ ବର୍ଷିଛନ୍ତି । ଟ୍ୱିଟ କରି କେଆରକେ କହିଛନ୍ତି, ତାଙ୍କ ଫିଲ୍ମକୁ ବିରୋଧ କରୁଥିବା କ୍ରିଟିସଙ୍କ କ୍ୟାରିୟର ଦୁଇ ବର୍ଷ ମଧ୍ୟରେ ଶେଷ କରିଦେବେ ଶାହାରୁଖ ଏକ ନିର୍ଦ୍ଦେଶକଙ୍କୁ କହିଥିଲେ । ତେବେ ଶାହାରୁଖ ଦୁଇ ବର୍ଷ ଭିତରେ କ୍ରିଟିସଙ୍କ କ୍ୟାରିୟର ଶେଷ କରୁଛନ୍ତି ନା ନିଜ କ୍ୟାରିୟର ଶେଷ କରୁଛନ୍ତି ତାହା ଥରେ ଭାବିବା ଉଚିତ ।