ଓଲିଉଡ୍ ସିଙ୍ଗର ହଲିଉଡ୍ ସଙ୍ଗ୍ ! ୟୁଟ୍ୟୁବରେ ଛାଇଲା କ୍ରିଷ୍ଣାଙ୍କ ଜଲୱା । 

34

ଓଲିଉଡର ଖ୍ୟାତନାମା ଗାୟକ ହେଉଛନ୍ତି କ୍ରିଷ୍ଣା ବେଉରିଆ । ଓଲିଉଡ୍ ଏବଂ ବଳିଉଡରେ ନିଜ ସଙ୍ଗୀତର ଯାଦୁରେ ଶ୍ରୋତାଙ୍କୁ ମତୁଆଲା କରିବା ପରେ ସେ ଏବେ ଆଉ ଦୁଇ ପାଦକୁ ବଢିଛନ୍ତି । କହିବାର ଯଥାର୍ଥ ଏହି କି ଯେ,କ୍ରିଷ୍ଣା ବର୍ତ୍ତମାନ ହଲିଉଡ୍ ଆଡେ ମୁହାଁଇଛନ୍ତି । ସେ  ନିକଟରେ ଗାଇଛନ୍ତି ଏକ ହଲିଉଡ୍ ଗୀତ । ଏହି ଗୀତଟି କାଲିଫର୍ଣ୍ଣିଆରେ ସୁଟ୍ ହୋଇଥିବା କଥା ସେ କନକ ନ୍ୟୁଜର ସାକ୍ଷାତକାରରେ କହିଥିଲେ । ତେବେ କ୍ରିଷ୍ଣାଙ୍କର ଏହି ପ୍ରଥମ ହଲିଉଡ୍ ମ୍ୟୁଜିକ ଭିଡିଓର ଟାଇଟଲ୍ ରହିଛି, ଇଜ୍ ନଟ୍ ଲଭ୍ ଏନଫ୍ ।

ତେବେ କ୍ରିଷ୍ଣା ଏହି ହଲିଉଡ୍ ମ୍ୟୁଜିକ ଭିଡିଓକୁ ସୋସିଆଲ୍ ସାଇଟରେ ପୋଷ୍ଟ୍ କରିଛନ୍ତି । ଏହି ଗୀତଟି ସମଲିଙ୍ଗୀ ପ୍ରେମକୁ ନେଇ ଆଧାରିତ ଥିବାରୁ ଏହାର ନାଁ xyx ମଧ୍ୟ ରଖାଯାଇଛି ।