ଓଡିଆ କଣ୍ଠଶିଳ୍ପୀଙ୍କ ହିନ୍ଦୀ ଆଲବମ୍

304

ବଲିଉଡର ଲୋକପ୍ରିୟ ଓଡିଆ କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା ପ୍ରସ୍ତୁତ କରିଛନ୍ତି ଏକ ହିନ୍ଦୀ ଭିଡିଓ ଆଲବମ୍ । ଚେହେରା ତେରା ଟାଇଟଲର ଏହି ଗୀତ ଜି ମ୍ୟୁଜିକ୍ କମ୍ପାନୀ ଦ୍ୱାରା ଭିଡିଓ ସେୟାରିଂ ସାଇଟ୍ ଲଂଚ୍ କରାଯାଇଛି । ଏହି ଗୀତକୁ କ୍ରିଷ୍ଣା ଗାଇଥିବାବେଳେ ନିଜେ ମଧ୍ୟ ଏଥିରେ ଅଭିନୟ କରିଛନ୍ତି । ଏହି ଭିଡିଓ ଆଲବମରେ କ୍ରିଷ୍ଣାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଓଡିଆ ଅଭିନେତ୍ରୀ ଲିପ୍ସା ମିଶ୍ର । ଏହି ଗୀତକୁ ସଙ୍ଗୀତରେ ସଜାଇଛନ୍ତି ରାଜୀବ – ମୋନା । ସୁଶାନ୍ତ ମଣି ଏହି ଭିଡିଓର ନିର୍ଦେଶନା ଦାୟିତ୍ୱ ତୁଲାଇଥିବାବେଳେ, ଗୀତଟିର ସୁଟିଂ ପୁରୀ ଜିଲ୍ଲାର ପିପିଲିରେ କରାଯାଇଛି ।