ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ ! ଦିନେ ରାଷ୍ଟ୍ରପତି ଭବନରେ ପ୍ରବେଶ କରିବାକୁ କରାଯାଇଥିଲା ବାରଣ, ହେଲେ ମାସକ ଭିତରେ ବଦଳିଗଲା ଭାଗ୍ୟ

25

ବଲିଉଡ୍ ବାଦଶାହା ଶାହାରୁଖ୍ ଖାନଙ୍କ ସୁପରହିଟ୍ ସିନେମା ‘ହାପି ନ୍ୟୁ ଇୟର୍’ରେ ଏକ ଲୋକପ୍ରିୟ ଡାଇଲଗ୍ ଥିଲା ‘କିସମତ୍ ଶାଲୀ ବଡି କମିନି ଚିଜ୍ ହୈ, କଭି ଭି ପଲଟ୍ ସକତି ହୈ’ । ଅର୍ଥାତ୍ ଭାଗ୍ୟ କେତେବେଳେ କାହାକୁ କେଉଁ ମୋଡକୁ ନେଇଆସେ ତାହା କହିବା କଷ୍ଟ । କାଲି ଯାହା ପାଖରେ କନା ଧଡି ଟିଏ ବି ନଥାଏ ଆଜି ତା ହାତରେ ଦେଖିବାକୁ ମିଳିଥାଏ ସୁନା ଘଡି । ଆଉ ବେଳେ ବେଳେ କାଲିର ରାଜା ବନିଯାଏ ଆଜିର ଫକିର୍ । ଏହାର ଅନେକ ନଜିର୍ ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି ରାଷ୍ଟ୍ରପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ପାଖରେ ।

ଦିନେ ରାଷ୍ଟ୍ରପତି ଭବନରେ ପ୍ରବେଶ କରିବାକୁ ରାମନାଥଙ୍କୁ ବାରଣ କରାଯାଇଥିଲା । ଆଉ ବାହାର ଗେଟରୁ ହିଁ ତାଙ୍କୁ ବିଦା କରିଦେଇଥିଲେ ସୁରକ୍ଷାକର୍ମୀ । କିନ୍ତୁ ଗୋଟିଏ ମାସ ଭିତରେ ପଲଟିଗଲା କାୟା । ଆଜି ସେହି ରାମନାଥ ବନିଯାଇଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ । ଘଟଣାଟି ହେଉଛି ଗତ ମେ’ ମାସ ୩୦ ତାରିଖର ।

ନିଜ ବିବାହ ବାର୍ଷିକି ଉପଲକ୍ଷେ ରାମନାଥ ପରିବାର ସହ ସିମଲା ବୁଲିବାକୁ ଯାଇଥିଲେ । ଏହି ଯାତ୍ରା ସମୟରେ ସେ ସିମଲାରେ ଥିବା ରାଷ୍ଟ୍ରପତି ଭବନ ରିଟ୍ରିଟ୍ ଯିବାକୁ ଚାହିଁଥିଲେ । ହେଲେ ସେଠାରେ ପହଂଚିବା ପରେ ଗେଟ୍ ପାଖରୁ ହିଁ ସୁରକ୍ଷାକର୍ମୀ ରାମନାଥଙ୍କୁ ଫେରାଇ ଦେଇଥିଲେ । ସୁରକ୍ଷାକର୍ମୀ କହିଥିଲେ ତାଙ୍କ ପାଖରେ ରାଷ୍ଟ୍ରପତିଙ୍କ ଅଫିସରୁ ଆବଶ୍ୟକୀୟ ଏବଂ ଉପଯୁକ୍ତ ଅନୁମତି ନାହିଁ । ଫଳରେ ବଙ୍ଗଳା ଭିତରକୁ ଯାଇ ନପାରି ଗେଟ୍ ବାହାରୁ ହିଁ ଫେରି ଆସିଥିଲେ ରାମନାଥ ।

ହେଲେ ଏବେ ପଲଟି ଯାଇଛି ଭାଗ୍ୟ । କାରଣ ଯେଉଁ ରିଟ୍ରିିଟରୁ ଫେରିଥିଲେ ରାମନାଥ ସେହି ରିଟ୍ରିଟକୁ ରାଷ୍ଟ୍ରପତି ଭାବରେ ଫେରିପାରନ୍ତି ।

ଏହା ସହ ପଢନ୍ତୁ ରାଜ୍ୟପାଳରୁ ରାଷ୍ଟ୍ରପତି ପ୍ରାର୍ଥୀ ! ରାମନାଥଙ୍କ ରାଜନୈତିକ କ୍ୟାରିୟର୍ ବିଷୟରେ କିଛି କଥା

ସୌଜନ୍ୟ : ୱାନଇଣ୍ଡିଆ