କୋଟଲାରେ ଆଜିଠୁ ଭାରତ-ଶ୍ରୀଲଙ୍କା ଶେଷ ଟେଷ୍ଟ ! ୧-୦ରେ ଭାରତ ଆଗୁଆ

34

କନକ ବ୍ୟୁରୋ : ଆଜିଠାରୁ ଭାରତ-ଶ୍ରୀଲଙ୍କା ମଧ୍ୟରେ ଦିଲ୍ଲୀର ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଖେଳାଯିବ ୩ୟ ତଥା ଅନ୍ତିମ ଟେଷ୍ଟ । ୧-୦ ଆଗୁଆ ଥିବା ଭାରତୀୟ ଦଳ ଶୃଂଖଳା ବିଜୟ ଲକ୍ଷ୍ୟରେ ରହିବ । ଶୃଙ୍ଖଳା ଜିତିବାକୁ ହେଲେ ଭାରତକୁ ଏହି ମ୍ୟାଚ ବିଜୟ ନଚେତ ଅମୀମାଂସିତ ରଖିବାକୁ ପଡିବ । ଘରୋଇ ଗ୍ରାଉଣ୍ଡରେ କ୍ୟାପଟେନ ବିରାଟ କୋହଲି, ଶିଖର ଧ୍ୱାଓନ ଓ ଇଶାନ୍ତ ଶର୍ମାଙ୍କ ପ୍ରଦର୍ଶନ ଉପରେ ଖେଳପ୍ରେମୀଙ୍କର ନଜର ରହିବ । ବିରାଟ କୋହଲି, ଚେତେଶ୍ୱର ପୁଜାରା, ଅଶ୍ୱିନି, ରୋହିତ ଶର୍ମାଙ୍କ ପ୍ରଦର୍ଶନ ଭାରତକୁ ଦୃଢ ସ୍ଥି୍ିତିରେ ରଖିଥିବା ବେଳେ ଶ୍ରୀଲଙ୍କାର ଆଶା ଭରଷା ପୁର୍ବତନ ଅଧିନାୟକ ମାଥ୍ୟୁସ । ହେଲେ ମାଥ୍ୟୁସ ଫର୍ମରେ ନରହିବା ଭ୍ରମଣକାରୀ ଦଳକୁ ଚିନ୍ତାରେ ପକାଇଛି । କୋଲକାତା ଓ ନାଗପୁର ଭଳି କୋଟଲା ଗ୍ରାଉଣ୍ଡରେ ମଧ୍ୟ ସବୁଜ ପିଚ ରହିଛି । ଅସହାୟ ସ୍ଥିତିରେ ଥିବା ଶ୍ରୀଲଙ୍କା ଖେଳାଳି କୋଟଲା ଟେଷ୍ଟରେ ଭାରତକୁ କଡା ଆହ୍ୱାନ ଦେବାର ଆଶଙ୍କା କମ ରହିଛି ।