ଓଡ଼ିଶାରେ ଯାଉଛି କୋଟିଆ : କୋରାପୁଟ ଜିଲ୍ଲା ଗଠନର ପ୍ରଥମ ମ୍ୟାପରୁ ମିଳିଲା ପ୍ରମାଣ

24

କନକ ବ୍ୟୁରୋ : କୋଟିଆ ଓଡିଶାର । ମୂଳ ମ୍ୟାପରୁ ମିଳିଛି ଏହାର ପ୍ରମାଣ । ଆମ କୋଟିଆ ସଂଗଠନ ହାତରେ ଲାଗିଛି କୋରାପୁଟ ଜିଲ୍ଲା ଗଠନର ପ୍ରଥମ ମ୍ୟାପ । ୧୯୩୬ ମସିହା ଏପ୍ରିଲ ପହିଲାରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ସମୟରେ ପ୍ରସ୍ତୁତ ହୋଇଥିଲା କୋରାପୁଟ ଜିଲ୍ଲାର ଏହି ମ୍ୟାପ । ଏହି ମ୍ୟାପରୁ ସ୍ପଷ୍ଟ ଭାବେ ଜଣାପଡୁଛି କୋଟିଆର ଗ୍ରାମପୁଞ୍ଜ ଅବିଭକ୍ତ କୋରାପୁଟ ଜିଲ୍ଲାରେ ରହିଛି ।

କୋଟିଆ ଅଂଚଳକୁ ନେଇ ଆନ୍ଧ୍ର ଓ ଓଡିଶା ଭିତରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି । ଏନେଇ କୋର୍ଟରେ ମଧ୍ୟ ମାମଲା ବିଚାରାଧିନ ରହିଛି । କିନ୍ତୁ ଗତ କିଛି ମାସ ହେଲା ଆନ୍ଧ୍ର ସରକାର କୋଟିଆ ଅଂଚଳରେ ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ ଜାରି ରଖିଛି । ଏହି ଖବର ଗଣମାଧ୍ୟମରେ ପ୍ରସାର ହେବା ପରେ ଓଡିଶା ସରକାର ସ୍ୱତନ୍ତ୍ର ଟିମ ପଠାଇ ଅନୁଧ୍ୟାନ କରିବା ସହ ତତ୍ପର ହୋଇଛି ।