କୋଟିଆରେ ଉଚ୍ଚସ୍ତରୀୟ ଟିମ୍ ! ଲୋକଙ୍କ ସହ ଆଲୋଚନା ନକରି ଫେରିବାରୁ କମିଟି ସଦସ୍ୟଙ୍କ ଉପରେ ଗ୍ରାମବାସୀ କ୍ଷୁବ୍ଧ

27

କନକ ବ୍ୟୁରୋ : ବିବାଦୀୟ କୋଟିଆରେ ଆନ୍ଧ୍ରର ଦାଦାଗିରି ବଢିଚାଲିଥିବା ବେଳେ ଓଡିଶା ସରକାରଙ୍କ ଏକ ଉଚ୍ଚସ୍ତରୀୟ ଟିମ୍ କୋଟିଆରେ ପହଚିଂଛନ୍ତି । ଆନ୍ତଃବିବାଦ କମିଟି କୋଟିଆରେ ସ୍ଥିତି ସମୀକ୍ଷା କରିଛନ୍ତି । ତଳଗଂଜେଇପଦରରେ ଲୋକଙ୍କ ସହ ମିଶିଛନ୍ତି । ଆନ୍ଧ୍ର ସରକାରଙ୍କ ପେନସନ୍ ଓ ଆଧାର କାର୍ଡ ଥିବା ସତ୍ୱେ ଏହି ଗାଁଲୋକ କମିଟିକୁ ଦେଖେଇଲେନି । କେବିକେ ମୁଖ୍ୟପ୍ରଶାସକ ଏସପି ଠାକୁର, କମିଟି ଅଧ୍ୟକ୍ଷ ସଂଜୀବ ପଣ୍ଡା ଓ ଜିଲ୍ଲାପାଳ ଓ ଏସପି ଗସ୍ତ କରିଛନ୍ତି । ତେବେ କୋଟିଆ ଗାଁ ଲୋକଙ୍କ ସହ କମିଟି ଆଲେଚନା ନକରିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଲୋକଙ୍କ ସହ ଆଲୋଚନା ନକରି କୋଟିଆ ସଦସ୍ୟ ପଳାଇ ଆସିଥିବା ଅଭିଯୋଗ ହୋଇଛି ।

kotia ସୂଚନାଯୋଗ୍ୟ କୋଟିଆ ଆମର, ଆମେ କାହାରିକୁ ଦେବୁ ନାହିଁ କହି କାଲି କମ୍ପିଲା ସମାବେଶ । ଆନ୍ଧ୍ରର ଦାଦାଗିରିକୁ ଜବାବ ଦେବା ପାଇଁ କୋଟିଆ ସଙ୍ଗଠନ ତରଫରୁ ବସିଥିଲା ସର୍ବଦଳୀୟ ବୈଠକ । ସମାବେଶରେ ଯୋଗଦେଇଥିଲେ କୋଟିଆ ପଚାଂୟତର ୨୧ ଗାଁର ଗ୍ରାମବାସୀଙ୍କ ସହ ସମସ୍ତ ରାଜନୈତିକ ଦଳର କର୍ମୀ ଓ ନେତା । ଆନ୍ଧ୍ର କିପରି ଲୋକଙ୍କୁ ଲୋଭ ଦେଖାଇ ନିଜର କରୁଛି ସେ ନେଇ ଅଭିଯୋଗ କରିଥିଲେ ଗ୍ରାମବାସୀ । ସମାବେଶରେ ମୌଳିକ ସୁବିଧାରୁ ବଚିଂତ ଥିବା ଗାଁର ଏକ ତାଲିକା ପ୍ରସ୍ତୁତ କରାଯାଇଛି, ଏହା ଖୁବ ଶୀଘ୍ର ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ । ଏପରିକି ରାଜ୍ୟ ସରକାର ଯଦି କିଛି ପଦକ୍ଷେପ ନନିଅନ୍ତି ଆନ୍ଧ୍ରରେ ମିଶିବାକୁ ବାଧ୍ୟ ହେବୁ ବୋଲି କହିଥିଲେ କୋଟିଆ ବାସିନ୍ଦା । ତେବେ ଆଜିର ଘଟଣାକୁ ନଜରରେ ରଖିଲେ ଜଣାପଡ଼ୁଛି କୋଟିବଆ ସଙ୍କଟ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି ।