ସରକାରଙ୍କୁ ଘାରିଲା କୋଟିଆ ଚିନ୍ତା : ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଆସି ଉପହାର ବାଂଟିବା ପରେ ଓଡିଶା ସରକାରଙ୍କ ଭାଙ୍ଗିଛି ନିଦ

31

କନକ ବ୍ୟୁରୋ : ସରକାରଙ୍କୁ ଘାରିଲା କୋଟିଆ ଚିନ୍ତା । କୋରାପୁଟ କୋଟିଆ ଗାଁରେ ଆନ୍ଧ୍ରପ୍ରଦେଶର ପ୍ରଶାସନିକ ଅଧିକାରୀ ଆସି ଉପହାର ବାଂଟିବା ପରେ ଓଡିଶା ସରକାରଙ୍କ ନିଦ ଭାଙ୍ଗିଛି । ଏଣିକି କୋଟିଆକୁ ଯିବେ ସରକାରୀ ଅଧିକାରୀ ଆଉ ଲୋକଙ୍କ ଅସୁବିଧା ବୁଝିବେ । ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ ବିଜୁଳି ଆଦି ମୌଳିକ ସୁବିଧା ଯୋଗାଇଦେବେ ସରକାର ।

ସୀମା ବିବାଦର ସମାଧାନ ପାଇଁ ମଧ୍ୟ ଆଇନଗତ ତର୍ଜମା ଆରମ୍ଭ ହୋଇଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି । ସେପଟେ କେବଳ କୋଟିଆ କାହିଁକି ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ପଡୋଶୀ ରାଜ୍ୟମାନଙ୍କ ଅନଧିକାର ପ୍ରବେଶ ଜାରି ରହିଥିବା ବେଳେ ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଥିବା ଅଭିଯୋଗ କରିଛି ରାଜ୍ୟ ବିଜେପି । ଏନେଇ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ନବୀନ ସରକାରଙ୍କୁ ସମାଲୋଚନା କରାଯାଇଛି ।