କୋଟିଆ ପରିସ୍ଥିତି ଜଟିଳ : ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ କାଲି ଗ୍ରାଉଣ୍ଡ ଜିରୋରେ ପହଁଚିବ ଆନ୍ତଃବିଭାଗୀୟ କମିଟି

22

କନକ ବ୍ୟୁରୋ :  କୋଟିଆ ଆମର, ଆମେ କାହାରିକୁ ଦେବୁ ନାହିଁ ସ୍ଳୋଗାନରେ କମ୍ପିଲା ସମାବେଶ । ଆନ୍ଧ୍ରର ଦାଦାଗିରିକୁ ଜବାବ ଦେବା ପାଇଁ କୋଟିଆ ସଙ୍ଗଠନ ତରଫରୁ ବସିଛି ସର୍ବଦଳୀୟ ବୈଠକ । ସମାବେଶରେ ଯୋଗଦେଇଥିଲେ କୋଟିଆ ପଚାଂୟତର ୨୧ ଗାଁର ଗ୍ରାମବାସୀଙ୍କ ସହ ସମସ୍ତ ରାଜନୈତିକ ଦଳର କର୍ମୀ ଓ ନେତା । ଆନ୍ଧ୍ର କିପରି ଲୋକଙ୍କୁ ଲୋଭ ଦେଖାଇ ନିଜର କରୁଛି ସେ ନେଇ ଅଭିଯୋଗ କରିଥିଲେ ଗ୍ରାମବାସୀ । ସମାବେଶରେ ମୌଳିକ ସୁବିଧାରୁ ବଚିଂତ ଥିବା ଗାଁର ଏକ ତାଲିକା ପ୍ରସ୍ତୁତ କରାଯାଇଛି ,ଏହା ଖୁବ ଶୀଘ୍ର ରାଜ୍ୟସରକାରଙ୍କୁ ହସ୍ତାନ୍ତର କରାଯିବ । ଏପରିକି ରାଜ୍ୟ ସରକାର ଯଦି କିଛି ପଦକ୍ଷେପ ନନିଅନ୍ତି ଆନ୍ଧ୍ରରେ ମିଶିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି କୋଟିଆ ବାସିନ୍ଦା ।

ସମସ୍ତ କୋଟିଆବାସୀ କୋରାପୁଟ ଜିଲ୍ଲାରେ ରହିବେ ବୋଲି ଶପଥ ପାଠ କରାଇଥିଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ପଟାଙ୍ଗୀ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଅବଗତ କରାଇବେ ବୋଲି କହିଛନ୍ତି । ସେପଟେ ଓଡ଼ିଶାପ୍ରଭାରୀ ଆନ୍ଧ୍ରର ଟିଡ଼ିପି ନେତା କହିଛନ୍ତି ସମାବେଶ ମାଧ୍ୟମରେ ଆନ୍ଧ୍ରକୁ ରୋକିପାରିବେନି । ଓଡ଼ିଶାରେ ସବୁ ଥାଇ ମଧ୍ୟ ସବୁଠୁ ପଛୁଆ । କୋଟିଆକୁ ନେଇ ସୁପ୍ରିମକୋର୍ଟରେ ବିବାଦ ଲାଗିରହିଥିବା ବେଳେ ଓଡ଼ିଶା କାହିଁକି ଏଠାରେ କାମ କରୁଛି ତେଣୁ ଆମେ ମଧ୍ୟ ଆମର ଯୋଜନା ଏଠାରେ ଚାଲୁ ରଖିବୁ ବୋଲି ଟିଡ଼ିପି ନେତା କହିଛନ୍ତି ।