ଡିଗ୍ରୀ ନୁହେଁ ସଫଳତାର ମାପକାଠି ! ଦଶମ ପର୍ଯ୍ୟନ୍ତ ପାଠ ପଢ଼ି ମାଇକ୍ରୋସପ୍ଟରେ ପାଇଲେ ଚାକରି, ଆନ୍ଧ୍ରପ୍ରଦେଶର କୋଟ୍ଟି ରେଡ୍ଡିଙ୍କ ସଂଘର୍ଷର କାହାଣୀ

24

ଆନ୍ଧ୍ରପ୍ରଦେଶର ଏକ ଛୋଟ ଗାଁରେ ଜନ୍ମ ନେଇଥିଲେ କୋଟ୍ଟି ରେଡ୍ଡି । ସରକାରୀ ବିଦ୍ୟାଳୟରେ ମାତ୍ର ଦଶମ ପର୍ଯ୍ୟନ୍ତ ପଢ଼ି ମଧ୍ୟ ସେ ଏବେ ସଫଳ ହୋଇପାରିଛନ୍ତି । ଆଉ ପ୍ରମାଣ କରିଛିନ୍ତି ସଫଳତା ହାସଲ କରିବା ପାଇଁ କୌଣସି ଡିଗ୍ରୀର ଆବଶ୍ୟକତା ନାହିଁ । ଚାକିରି ପାଇବା ପାଇଁ ଡିଗ୍ରୀ ଏକ ଜରିଆ ହୋଇପାରେ କିନ୍ତୁ ଡିଗ୍ରୀ ସଫଳତାର ଗ୍ୟାରେଣ୍ଟି ଦେଇପାରିବ ନାହିଁ । ଏପରି ହୋଇଛନ୍ତି ଆନ୍ଧ୍ରପ୍ରଦେଶର କୋଟ୍ଟି ରେଡ୍ଡିଙ୍କ ଜୀବନରେ ।

ଦିନେ କୋଟ୍ଟି ରେଡ୍ଡିଙ୍କ ବାପା ତାଙ୍କୁ ପୋଷାକ କିଣିବା ପାଇଁ ୧୦୦୦ ଟଙ୍କା ଦେଇଥିଲେ । କିନ୍ତୁ କୋଟ୍ଟି ରେଡ୍ଡି ପୋଷାକ ନକିଣି ସି ଲାଙ୍ଗୁଏଜ୍ ଶିଖିବା ପାଇଁ ମନସ୍ଥ କରିଥିଲେ । ତେବେ ତାଙ୍କ ବାପା ତାଙ୍କର ଏପରି ନିଷ୍ପତ୍ତିରେ ଖୁସି ହୋଇନଥିଲେ । ତେବେ ବାପାଙ୍କ ବିରୋଧ ସତ୍ୱେ ସେ ପଛକୁ ହଟିନଥିଲେ । ସେ ସଂଘର୍ଷର ରାସ୍ତାକୁ ବାଛିଥିଲେ । ଆଉ ଏଥିପାଇଁ ତାଙ୍କୁ ଅନେକ ଥର ଭୋକରେ ଶୋଇବା ପାଇଁ ପଡ଼ିଥିଲା । ସେ ଏକ କିରାନା ଦୋକନରେ ମାସକୁ ମାତ୍ର ୭୦୦ ଟଙ୍କାରେ ଚାକିରି ମଧ୍ୟ କରୁଥିଲେ । ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ହାରି ନଯାଇ ସେ ଆଗକୁ ବଢ଼ିବାରେ ଲାଗିଲେ । ଆଉ ସବୁଠାରୁ ବଡ଼ କଥା ହେଲା ସେ ଯେଉଁଠାରେ କମ୍ପ୍ୟୁଟର ଶିଖୁଥିଲେ, ସେହି କୋଚିଂ ସେଣ୍ଟରର ମାଲିକ ହୋଇଯାଥିଲେ ।

କମ୍ପ୍ୟୁଟର ଶିଖିବା ପ୍ରତି ଆଗ୍ରହ ପାଇଁ ତାଙ୍କୁ ଅନେକ କଷ୍ଟ ମଧ୍ୟ କରିବା ପାଇଁ ପଡ଼ିଛି । ପ୍ରଥମେ କୋଟ୍ଟି ରେଡ୍ଡି ଗାଁରେ ଲାଇବ୍ରେରୀରେ ପଢ଼ାପଢ଼ି କରୁଥିଲେ । କିନ୍ତୁୁ ପରେ ପରେ ଆଉ ଏକ ଲାଇବ୍ରେରୀକୁୁ ପଢ଼ିବା ପାଇଁ ଗଲେ । ଯାହା ତାଙ୍କ ଗାାଁ ଠାରୁ ବହୁତ ଦୂରରେ ଥିଲା । ଆଉ ସେଥିପାଁଇ ତାଙ୍କୁ ଚାଲି ଚାଲି ଲାଇବ୍ରେରୀକୁ ଯିବାକୁ ପଡ଼ୁଥିଲା । ସେ ସେଠାରେ ଅନେକ ସଫଳ ଲୋକଙ୍କ ଆତ୍ମଜୀବନୀ ପଢ଼ିଥିଲେ । ତାଙ୍କୁ ମାଇକ୍ରୋସପ୍ଟର ପ୍ରତିଷ୍ଠାତା ବିଲ୍ ଗେଟସଙ୍କ କାହାଣୀ ଅଧିକ ପ୍ରଭାବିତ କରିଥିଲା । କାରଣ ବିଲ୍ ଗେଟସ କଲେଜ୍ ଡ୍ରପ୍ ଆଉଟ୍ ଥିଲେ । ଆଉ ଏବେ ସଫଳ । କୋଟ୍ଟି ରେଡ୍ଡି ବିଲ ଗେଟସଙ୍କୁୁ ନିଜର ଆଦର୍ଶ ମାନିବାରେ ଲାଗିଲେ ।

ସଫଳତା ହାସଲ ପାଇଁ ତାଙ୍କୁ ବହୁତ ସଂଘର୍ଷ କରବା ପାଇଁ ପଡ଼ିଥିଲା । ତେବେ ସଂଘର୍ଷ ସମୟରେ ହିଁ ତାଙ୍କର ପିତାଙ୍କର ନିଧନ ହୋଇଥିିଲା, ଯାହା ତାଙ୍କୁ ଭିତରୁ ଭାଙ୍ଗୀ ଦେଇଥିଲା । କିନ୍ତୁ ଏଥିରେ ହାରି ଯାଇନଥିଲେ କୋଟ୍ଟି । ପରିସ୍ଥିି୍ତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ହୋଇଗଲେ । ବାପାଙ୍କ ନିଧନ ପରେ ସେ ଜାଭା, ସି ଲାଙ୍ଗୁଏଜ୍ ପଢ଼ିବାରେ ଲାଗିଲେ ଆଉ ଆଗକୁ ବଢ଼ିଚାଲିଲେ । ଧୀରେ ଧୀରେ ପାଠପଢ଼ା ଶେଷ କରି ସେ ଉକ୍ତ କୋଚିଂ ସେଣ୍ଟରର ମାଲିକ ହୋଇଗଲେ । କଠିନ ପରିଶ୍ରମ ବଳରେ ତାଙ୍କୁ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରି ମିଳିଗଲା । ସେଠାରେ ସେ କାମ କରୁ କରୁ ତାଙ୍କ ପାଇଁ ଆସିଲା ଏକ ସୁବର୍ଣ୍ଣ ସୁଯୋଗ । କମ୍ପ୍ୟୁଟର ପ୍ରତି ଆଗ୍ରହ ଯୋଗୁଁ ଦିନେ ତାଙ୍କ ମୁଣ୍ଡରେ ହାତୀ ସୁନା କଳସ ଢ଼ାଳିଲା ପରି ସମୟ ଆସିଲା । ଆଉ ସେ ଆଦର୍ଶ ମାନୁଥିବା ବିଲ୍ ଗେଟସଙ୍କ କମ୍ପାନୀ ମାଇକ୍ରୋସପ୍ଟ କମ୍ପାନୀରୁ ଚାକିରି ପାଇଁ ଡାକରା ଆସିଲ ।

ବିଲ ଗେଟସକୁ ଭଗବାନ ଓ ମାଇକ୍ରୋସପ୍ଟକୁ ମନ୍ଦିର ମାନନ୍ତି କୋଟ୍ଟି ରେନଡ୍ଡି । ସରକାରୀ ବିଦ୍ୟାଳୟରେ କେବଳ ଦଶମ ପର୍ଯ୍ୟନ୍ତ ପଢ଼ୁଥିବା କୋଟି ପ୍ରମାଣ କରି ଦେଖାଇ ଦେଲେ ସଫଳତା ହାସଲ ପାଇଁ ଡିଗ୍ରୀର କୌଣସି ଆବଶ୍ୟକତା ନାହିଁ । ସଫଳତା ପାଇଁ କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ରହିବା ନିହାତି ଦରକାର ।