ଭାରତୀୟ ବାୟୁସେନାରେ ସାମିଲ ହେଲା ଯୁଦ୍ଧ ବିମାନ ‘ତେଜସ୍’ : ଆପଣ ଜାଣନ୍ତି ‘ତେଜସ୍’ର ସ୍ରଷ୍ଟା କିଏ ! ଦେଖନ୍ତୁ ଏହି ରିପୋର୍ଟ

58

14-1450068572-kota1ଶେଷରେ ସଫଳ ହୋଇଛି ଉଦ୍ୟମ । ଆଉ ଭାରତୀୟ ବାୟୁସେନାରେ ସାମିଲ ହୋଇଛି ତେଜସ୍ ଲଢୁଆ ବିମାନ । ପ୍ରତିରକ୍ଷା କ୍ଷେତ୍ରରେ ଆଉ ପାଦେ ଆଗେଇ ଯାଇଛି ଭାରତ । ହେଲେ ଏହି ବିମାନର ସ୍ରଷ୍ଟା କିଏ ଜାଣନ୍ତି । ସିଏ ହେଉଛନ୍ତି ଜଣେ ଓଡିଆ । ବ୍ରହ୍ମପୁରର ପଦ୍ମଶ୍ରୀ କୋଟା ହରିନାରାୟଣ । ନିଜର ଗବେଷଣା ବଳରେ ସେ ନିର୍ମାଣ କରିଥିଲେ ତେଜସ୍ ଲଢୁଆ ବିମାନ । ହିନ୍ଦୁସ୍ଥାନ ଏରୋନାଟିକ୍ସ ଲିମିଟେଡରେ ନିର୍ମାଣ ହୋଇଛି ଏହି ବିମାନ । ଯେଉଁଥିରେ ନିଜକୁ ସଂପୁର୍ଣ୍ଣ ଭାବେ ସମର୍ପିତ କରିଥିଲେ କୋଟା ହରିନାରାୟଣ ।

ତେଜସ୍ ହେଉଛି ଏଭଳି ଏକ ବିମାନ ଯେଉଁଥିରେ ଦୁଇଟି ଇଂଜିନ୍ ଲାଗିଛି । ଯାହାକି ବିଶ୍ୱର ସବୁଠାରୁ ଛୋଟ ଓ ହାଲୁକା ଲଢୁଆ ବିମାନ । ଦୀର୍ଘ ୩୩ ବର୍ଷ ପରେ ଏହି ବିମାନ ସାମିଲ ହୋଇଛି ଭାରତୀୟ ବାୟୁସେନାରେ । ୫୫୦୦୦ କୋଟି ଟଙ୍କାର ଏହି ପ୍ରକଳ୍ପରେ କୋଟା ହରିନାରାୟଣ ଲଗାଇଦେଇଥିଲେ ନିଜର ସବୁ ସାଧନା । ଶତ୍ରୁ ପକ୍ଷକୁ ବିଭିନ୍ନ ପ୍ରକାର କଡା ମୁକାବିଲାରେ ପ୍ରତିହତ କରିବା ପାଇଁ ତେଜସକୁ କରାଇଛନ୍ତି ପ୍ରସ୍ତୁତ । ସେଥିପାଇଁ ତ ତେଜସର ପିତା ଭାବେ ହରିନାରାୟଣ ଆଜି ଗର୍ବ ଅନୁଭବ କରୁଛନ୍ତି ।