ସଂସଦ ଭବନରେ ବିରୋଧୀ ଫିଙ୍ଗିଲେ ଲୁହବୁହା ଗ୍ୟାସର ଗୋଳା ! ଦୌଡ଼ାଦୌଡ଼ି ହେବା ସହ ତୁରନ୍ତ ସ୍ଥଗିତ କରାଗଲା ଗୃହକାର୍ଯ୍ୟ

37

ସଂସଦରେ ବିରୋଧୀଙ୍କ ହଙ୍ଗାମା ନହାତି ସାଧାରଣ କଥା । ବିରୋଧୀଙ୍କ ଯୋଗୁଁ ଅନେକ ସମୟରେ ଗୃହକାର୍ଯ୍ୟ ଅଚଳ ହୋଇପଡ଼େ । କିନ୍ତୁ ସଂସଦରେ ଲୁହବୁହା ଗ୍ୟାସର ଗୋଳା ଫିଙ୍ଗିବା ନିହାତି ନୂଆ ଘଟଣା । ସଂସଦ ଭବନରେ ଭୋଟିଂ ରୋକିବା ପାଇଁ ଲୁହବୁହା ଗ୍ୟାସର ଗୋଳା ଫୋପଡିବା ଅତି ଆଶ୍ଚର୍ଯ୍ୟକର କଥା । ଏପରି ଘଟଣା ଘଟିଛି କୋସାଭୋରେ । କୋସାଭୋର ସଂସଦରେ ବୁଧବାର ଦିନ କିଛି ଏପରି ଘଟଣା ଘଟିଛି, ଯେଉଁଠି ଗୋଟିଏ ପରେ ଗୋଟିଏ ଲୁହବୁହା ଗ୍ୟାସର ଗୋଳା ଫୋପଡ଼ା ଫୋପଡ଼ି ହୋଇଥିଲା । ସୂଚନା ଅନୁସାରେ ସଂସଦରେ କୋସଭୋ ସହ ମୋଂଟେନଗର ସହ ସୀମା ବୁଝମଣା ନେଇ ଭୋଟିଂ ହେଉଥିଲା । ସୂଚନାଯୋଗ୍ୟ କୋସୋଭୋ ଓ ମଂଟେନଗରେ ମଧ୍ୟରେ ୨୦୧୫ରେ ୟୁରୋପିୟାନ ୟୁନିୟ୍ନର ସର୍ତ୍ତ ପରେ ବୁଝାମଣା ହୋଇଥିଲା ।

ଉଭୟ ଦେଶ ମଧ୍ୟରେ ସୀମା ବୁଝମାଣା ନେଇ ସଂସଦରେ ଆଲୋଚନା ହେଉଥିଲା । ଆଉ ସେହି ସମୟରେ ବିରୋଧୀ ଦଳର ସାଂସଦ ମାନେ ସିଟ୍ ତଳୁ ଲୁହବୁହା ଗ୍ୟାସର ଗୋଳା ବାହର କରି ଫିଙ୍ଗାଫୋପଡ଼ା ଆରମ୍ଭ କରିଦେଇଥିଲେ । ଆଉ ଲୁହବୁହା ଗ୍ୟାସରେ ଭରିଗଲା ପୁରା ସଂସଂଦ ଭବନ । ସଂସଦରେ ଦୌଡ଼ାଦୌଡ଼ି ଆରମ୍ଭ ହୋଇଥିଲା । ସମସ୍ତେ ମୁହଁ ଢ଼ାଙ୍କି ଦୌଡ଼ିବାରେ ଲାଗିଲେ । ଆଉ ଏହାକୁ ଦେଖି ଗୃହକାର୍ଯ୍ୟ ସ୍ଥଗିତ ହୋଇଥିଲା ।

ବିରୋଧୀ ଦଳଙ୍କ କହିବା ଅନୁସାରେ ମୋଂଟେନଗରେ ସହ ସୀମା ବୁଝାମଣାରେ କୋସୋଭୋର ୮୨୦୦ ହେକ୍ଟର ଜମି ଖରାପ ହୋଇଛି । ଆଉ ଏଥିପାଇଁ ବିରୋଧୀ ଦଳ ନେତା ଏହି ମାମଲାରେ ଭୋଟିଂ ହେବାକୁ ଦେଇନଥିଲେ । ତେବେ ସରକାର ଏହି ସୀମା ବୁଝାମଣାକୁ ସମର୍ଥନ କରୁଛନ୍ତିି । ଆଉ ଏଥିପାଇଁ ସସଂଦରେ ହୋଇଥିଲା ହଙ୍ଗାମା । ସଂସଦରେ ୨୦୧୫ର ସୀମା ବୁଝାମଣାକୁ ଜାରି ରଖିବା ପାଇଁ ୧୨୦ ସଦସ୍ୟଯୁକ୍ତ ସଂସଦରେ ମୋଟ୍ ଦୁଇ ତୃତୀୟାଂଶ ମତର ସମର୍ଥନ ଜରୁରୀ ଥିଲା । କିନ୍ତୁ ବିରୋଧୀ ଦଳଙ୍କ ଏପରି କାର୍ଯ୍ୟ ଯୋଗୁଁ ଗୃହକାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଏ । ବିରୋଧୀ ଦଳ ସୀମା ବୁଝାମଣା ନେଇ ଆନ୍ଦୋଳନ ଜାରି ରଖିଛନ୍ତି । କୋସୋଭୋରେ ଆମରିକା ରାଜଦୂତ ଗ୍ରେଗ୍ ଡ଼େଲଭି ସଂସଦରେ ହୋଇଥିବା ଏହି ଘଟଣାକୁ ନିନ୍ଦା କରିଛନ୍ତି । ରାଜନୀତିକୁ ଉଦ୍ଦେଶ୍ୟ ନେଇ ହିଂସା ସୃଷ୍ଟି କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ତେବେ କେସୋଭୋରେ ଏପରି ଘଟଣା ନୂଆ ନୁହେଁ । ଏହା ପୂର୍ବରୁ ମଧ୍ୟ ସଂସଂଦରେ ଲଙ୍ଗା ଗୁଣ୍ଡ ଫୋଫଡ଼ା ଯାଇଥିଲା ।