କୋରାପୁଟ ରାଣୀଗଡ ପାହାଡରେ ଆଜି ହୋଇପାରେ ବ୍ଲାଷ୍ଟିଂ ! ଦୁଇ ଜେସିବି ଅପରେଟରଙ୍କୁ ଉଦ୍ଧାର କରିବା ପାଇଁ ଫୁଟାଯାଇପାରେ ପାହାଡ

20

କନକ ବ୍ୟୁରୋ : ଆଜି କୋରାପୁଟ ରାଣୀଗଡ ପାହାଡରେ ହୋଇପାରେ ପଥର ବ୍ଲାଷ୍ଟିଂ । ଜୟପୁରର ଦୁଇ ଜେସିବି ଅପରେଟରଙ୍କୁ ଉଦ୍ଧାର କରିବା ପାଇଁ ଫୁଟାଯାଇପାରେ ପାହାଡ । ଏଥିପାଇଁ ଗତକାଲି ଠାରୁ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ଘଟଣାସ୍ଥଳରୁ ୧ କିଲୋମିଟର ପର୍ଯ୍ୟନ୍ତ ମଣିଷ, ଗାଈଗୋରୁଙ୍କୁ ଖାଲି କରିବାକୁ କୁହାଯାଇଛି । ଜୟପୁର ରାଣୀଗଡ ପାହାଡରେ ପ୍ରଶାସନର ସବୁ ଉଦ୍ୟମ ଫେଲ ମାରିବା ପରେ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଂଚିଛି ସେନା । ବିହାରର ରାଂଚିରୁ ଏହି ଆର୍ମି ଇଂଜିନିୟରିଂ ଟିମ୍ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଏହାସହ ରାଣୀଗଡ ପଂଚାୟତ କାର୍ଯ୍ୟାଳୟରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ପ୍ରଶାସନ ଓ ସେନା । ପୂର୍ବରୁ ଓଡ୍ରାଫ, ଏନଡିଆରଏଫ ଓ ପୁଲିସର ମିଳିତ ବାହିନୀ ଫେଲ ମାରିଛନ୍ତି । ରାୟପୁରରୁ ଆସିଥିବା ଅତ୍ୟାଧୁନିକ ମେସିନରେ ମଧ୍ୟ ଉଦ୍ଧାର କରା ଯାଇପାରିଲା ନାହିଁ । ଫଳରେ ପ୍ରଶାସନ ନିରୁପାୟ ହୋଇ ସେନାର ସହାୟତା ଲୋଡିଥିଲା । ଦୁଇ ଜଣ ଜେସିବି ଅପରେଟର ପଥର ତଳେ ଚାପି ହୋଇରହିଥିବା ଘଟଣାକୁ ୭ ଦିନ ବିତିଯାଇଥିବା ବେଳେ ବଡ ବଡ ପଥର ତଳେ ଦୁଇ ଜଣ ଜେସିବି ଅପରେଟର ଚାପି ହୋଇ ରହିଛନ୍ତି ।