ମୌତ୍ କା କୁଆଁରେ ଷ୍ଟଣ୍ଟ ଦେଖାଉଥିବା ବାଇକ୍ ଚାଳକଙ୍କ ଜୀବନ ଗଲା ! କ୍ୟାମେରାରେ କଏଦ ହେଲା ମୃତ୍ୟୁର ଲାଇଭ୍

82

କନକ ବ୍ୟୁରୋ : ମୌତ୍ କା କୁଆଁରେ ମୃତ୍ୟୁର ଲାଇଭ୍ । ନିଆରା ଖେଳ ହେଲା କାଳ । ମୌତ୍ କା କୁଆଁରେ ଷ୍ଟଣ୍ଟ ଦେଖାଉଥିବା ବାଇକ୍ ଚାଳକଙ୍କ ମୃତ୍ୟୁ । ଜୟପୁର ମୀନାବଜାରରେ ଶହଶହ ଲୋକଙ୍କ ସାମ୍ନାରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି । ଖାତ ଭିତରେ ବାଇକ୍ ଚାଳକଙ୍କ ଉପରେ ମାଡି ଯାଇଛି କାର୍ ।

ଘଟଣାସ୍ଥଳରେ ଆଖି ବୁଜିଛନ୍ତି ଷ୍ଟଂଡ ଦେଖାଉଥିବା ବାଇକ୍ ଚାଳକ । କୋରାପୁଟ ଜୟପୁର ମୀନାବଜାରରେ ମୌତ କା କୁଆଁ ଖେଳ ଚାଲିଥିବା ବେଳେ ଦୁଃଖଦ ଘଟଣା ଘଟିଛି । ମୌତ୍ କା କୁଆଁରେ ବାଇକ୍ ଚାଳକ ଜଣଙ୍କ ଷ୍ଟଂଡ ଦେଖାଉଥିବା ବେଳେ ହଠାତ୍ ଏକ କାର୍ ତାଙ୍କ ଉପରକୁ ମାଡିଯାଇଥିଲା ।