ମଦ ପିଇବାର ସଉକ ରଖୁଛନ୍ତି କି ? ଏହି ଖାସ୍ ଧରଣର ମଦର ବିଧି ଜାଣିଗଲେ ଆପଣ ମଧ୍ୟ ପିଇବା ପୂର୍ବରୁ ୧୦ ଥର ଭାବିବେ ।

67

ମଦ୍ୟପାନ କରିବା ସ୍ୱାସ୍ଥ୍ୟ ପକ୍ଷେ ଅହିତକର ଜାଣି ସୁଦ୍ଧା ଦେଶର ୯୦ ପ୍ରତଶତ ଲୋକ ଏହି ନିଶାରେ କବଳିତ ହୋଇ ନିଜକୁ ମରଣ ମୁହଁକୁ ଠେଲୁଛନ୍ତି । ତେବେ ଅନେକ ପ୍ରକାର ମଦ ବଜାରରେ ବିକ୍ରି ହୋଇଥାଏ । ଦେଶୀରୁ ଆରମ୍ଭ କରି ରମ୍, ୱିସ୍କି, ବ୍ରାଣ୍ଡି, ହାଣ୍ଡିଆ, ମହୁଆ, ବିୟର୍ ଭଳି ଅନେକ । ଦୁନିଆରେ ଅଜବ ଧରଣର ମଦ ବି ମିଳିଥାଏ । ତେବେ ମଜାର କଥା ହେଉଛି କି ଏହାକୁ ସେବନ କରିବା ଏବଂ ବିକ୍ରି କରିବା ପଛରେ ଥିବା ଅଜବ ସତ ।

ତେବେ କୋରିଆର ଏକ ବିଶେଷ ପ୍ରକାର ମଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମଦ କୌଣସି ପଚାସଢା ନୁହଁ ବରଂ ସଜ ମଳରୁ ପ୍ରସ୍ତୁତ ହୋଇଥାଏ । ତେବେ କିଛି ଲୋକ ଏହି ମଦକୁ ଖୁବ୍ ଉପଯୋଗୀ କହୁଛନ୍ତି । ମଳରୁ ପ୍ରସ୍ତୁତ ହୋଇଥିବା ଏହି ମଦକୁ କୋରିଆରେ ସାଙ୍ଗସୁଲ୍ ଞଗ୍ଧକ୍ଟଦ୍ଭଶଗ୍ଦଙ୍କକ୍ଷ ବୋଲି କୁହାଯାଏ । ଏହି ମଦକୁ ପ୍ରସ୍ତୁତ କରିବା ପାଇଁ ରାଇସ୍ ୱାଇନ୍ , ମାନବ ମଳ ଏବଂ ୯ ପ୍ରତିଶତ ଆଲକହଲ୍ ବ୍ୟବହାର ହୋଇଥାଏ । ତେବେ ଡାକ୍ତରଙ୍କ କହିବାନୁସାରେ ଏହି ମଦର ବ୍ୟବହାରରେ ମୁଣ୍ଡବ୍ୟଥାରୁ ମୁକ୍ତି ମିଳିଥାଏ । ଭଙ୍ଗାହାଡ ପାଇଁ ଏହି ମଦ ଖୁବ୍ ଫାଇଦା ସାବ୍ୟସ୍ତ ହୋଇଥାଏ । ୪ ରୁ ୭ ବର୍ଷର ଛୋଟପିଲାଙ୍କ ମଳରେ ଏହି ମଦ ପ୍ରସ୍ତୁତ ହୋଇଥାଏ । ଏଥିରେ ଗନ୍ଧ କମ୍ ଥାଏ । ତେବେ ଏହି ମଦ କେବଳ କୋରିଆରେ ହିଁ ବିକ୍ରି ହୋଇଥାଏ । କିନ୍ତୁ କୋରିଆବାସୀ ଏହି ମଦ ପଛରେ ରହିଥିବା ସତକୁ ଜାଣିନାହାନ୍ତି ।