ପେଟ ପାଇଁ ସଂଘର୍ଷ କରୁଛନ୍ତି କୋରାପୁଟର ଆଦିବାସୀ ଗବେଷିକା କମଳା ପୂଜାର ! ମୂଲ ଲାଗି ପେଟ ପୋଷୁୁଛନ୍ତି ଯୋଜନା ବୋର୍ଡ଼ର ସଦସ୍ୟା

42

କନକ ବ୍ୟୁରୋ : କୋରାପୁଟର ଆଦିବାସୀ ଗବେଷିକା ଯୋଜନା ବୋର୍ଡ଼ର ସଦସ୍ୟା କମଳା ପୂଜାରୀ । ଦେଶ ତଥା ଦେଶ ବାହାରେ ଅନେକ ସମ୍ମାନ ପାଇଥିବା ମହିଳା ପରିଣତ ବୟସରେ ଜୀବନ ଜୀବିକା ପାଇଁ କରୁଛନ୍ତି ସଘଂର୍ଷ । ସମ୍ମାନ ଓ ମାନପତ୍ରରେ ପୁରିବନି ପେଟ ବଚିଂବା ପାଇଁ ଦରକାର ଉପଯୁକ୍ତ ରାହା ।

କୋରାପୁଟ ପାତ୍ରପୁଟର କମଳା ପୁଜାରୀ । ଦେଶ ତଥା ଦେଶ ବାହାରେ ବେଶ୍ ଚର୍ଚ୍ଚିତ ଏହି ନାଁ । ଲୋପ ପାଇଥିବା ବିଭିନ୍ନ କିସମର ଧାନକୁ ଦେଶୀ ଉପାୟରେ ସାଇତି ରଖି ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟ ଯୋଜନା ବୋର୍ଡ଼ର ସଦସ୍ୟ ମଧ୍ୟ ଅଛନ୍ତି । କିନ୍ତୁ ପରିତାପର ବିଷୟ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟା ଥିବା ଏହି ମହିଳା ପରିଣତ ବୟସରେ ବଂଚିବା ପାଇଁ କରୁଛନ୍ତି ସଂଘର୍ଷ । ଜିଲ୍ଳା ପ୍ରସାଶନ ରହିବା ପାଇଁ ଖଣ୍ଡିଏ ଘର, ଚଳିବା ପାଇଁ ମାସକୁ ୬ କେଜି ଚାଉଳ ଓ ୩ ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଦେଉଛନ୍ତି । ଏଭଳି ସ୍ଥିତିରେ ସରକାର ମାନପତ୍ର ଓ ପୁରସ୍କାର ଦେଲେ ପେଟ ପୁରିବ ନାହିଁ ବଚିଂବାର ରାହା ଦରକାର ବୋଲି କହିଛନ୍ତି କମଳା ପୂଜାରୀ ।

କମଳା ସାଇତି ରଖୁଥିବା ଦେଶି ଧାନ ବିହନ ଗୁଡିକ ହେଲା କଳାଜିରା, ବାୟାଗୁଡ଼ା, ଉମୁରିଆଚୁଡ଼ି । ଏହି ବିହନ ଗୁଡିକୁ କିପରି ଦେଶି ପଦ୍ଧତିରେ ୧୫ ବର୍ଷ କାଳ ସାଇତି ରଖି ହେବ ସେନେଇ ଚାଷୀଙ୍କୁ ପରାମର୍ଶ ଦେଇଥାନ୍ତି । ଏଥିପାଇଁ ୨୦୦୨ ଅଗଷ୍ଟ ମାସରେ ସାଉଥ ଆଫ୍ରିକାରେ ଇକ୍ୱାଟର ଇନିସିଏଟିଭ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ସେହିପରି ୨୦୦୪ ମସିହାରେ କମଳାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଡ଼ରସିପ ଇନ୍ ଆଚିଭିଙ୍ଗ ଇନିସିଏଟିଭ୍ ଆୱାର୍ଡ଼ ପ୍ରଦାନ କରିଥିଲେ । ତାଙ୍କ ନାଁରେ ଭୁବନେଶ୍ୱର ଓୟୁଏଟିର ଏକ ଛାତ୍ରୀ ନିବାସକୁ ନାମିତ କରାଯାଇଛି । କମଳାକୁ ନେଇ ସବୁଠି ଚର୍ଚ୍ଚା ହେଉଛି କିନ୍ତୁ ତାଙ୍କ ଜୀବନରେ କିଛି ପରିବର୍ତନ ହୋଇନାହିଁ । ଆଗରୁ ଯେମିତି ଦୁଃଖରେ ଥିଲେ ଆଜି ବି ସେମିତି କଟୁଛି ତାଙ୍କ ଜୀବନ ।