ଆଦିବାସୀ ଇଲାକାରେ ଅନ୍ଧବିଶ୍ୱାସ : ସ୍ୱାଇନ ଫ୍ଲୁ ରୋଗୀଙ୍କୁ ବାସନ୍ଦ କରୁଛନ୍ତି ଗାଁ ଲୋକ

40

କନକ ବ୍ୟୁରୋ : କୋରାପୁଟରେ ବ୍ୟାପୁଛି ସ୍ୱାଇନ ଫ୍ଲୁ । ବଢୁଛି ରୋଗୀଙ୍କ ସଂଖ୍ୟା । କିନ୍ତୁ ରୋଗ ଚିହ୍ନଟ ପରେ ତଥ୍ୟ ଦେବାକୁ ମନା କରୁଛନ୍ତି ସ୍ୱାଇନ ଫ୍ଲୁ ପୀଡିତ । କାରଣ ସେମାନଙ୍କ ମନରେ ରହିଛି ବାସନ୍ଦ ଭୟ । କୋରାପୁଟରେ ସ୍ୱାଇନ ଫ୍ଲୁ ରୋଗୀଙ୍କୁ ଗାଁରୁ ବାସନ୍ଦ କରାଯିବା ସହ ଲୋକଙ୍କ ସହ ମିଶିବାକୁ ଦିଆଯାଉନି । ରୋଗ ଚିହ୍ନଟ ପରେ ସେମାନଙ୍କଡାକ୍ତରଙ୍କୁ କିଛି କହିବାକୁ ମନା କରିଦେଉଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି ।

କୋରପୁଟରେ ୩ଜଣ ସ୍ୱାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି । ମୁଖ୍ୟ ଡ଼ାକ୍ତରଖାନାରେ ସ୍ୱାଇନ ଫ୍ଲୁ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ଼ ଖୋଲାଯାଇଛି । ମୁହଁରେ ମାକ୍ସ ପିନ୍ଧି ଚିକିିିତ୍ସା କରୁଛନ୍ତି ଡ଼ାକ୍ତର ଓ କର୍ମଚାରୀ । ମେଡ଼ିକାଲରେ ରୋଗର ନିରାକରଣ ପାଇଁ ଭରପୁର ମାତ୍ରାରେ ଔଷଧ ରହିଛି । ରୋଗ ଚିହ୍ନଟ ପାଇଁ ରକ୍ତ ନମୁନାକୁ ବାହାରକୁ ପଠାଯାଉଥିବାରୁ ନମୁନା ନମିଳିବା ଯାଏଁ ରୋଗୀ ଚିହ୍ନଟ ହେଇପାରୁନାହିଁ ବୋଲି କହିଛନ୍ତି କୋରପୁଟ ମେଡ଼ିକାଲ କଲେଜର ସୁପରିଟେଣ୍ଡେଂଟ ।