କୁନ୍ଦଲି ପୀଡିତାଙ୍କୁ କାଉନସେଲିଂ! ପୋଲିସ ଜେରା ପରେ ମାନସିକ ଓ ଶାରୀରିକ ସ୍ତରରେ ଭାଙ୍ଗି ପଡିଛନ୍ତି ପୀଡିତା

35

କନକ ବ୍ୟୁରୋ : କୋରାପୁଟରେ ୨ଜଣିଆ ବିଶେଷଜ୍ଞ ଟିମ୍ । କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତାଙ୍କୁ କରିବେ କାଉନସେଲିଂ । ଏହି ୨ଜଣିଆ ଟିମରେ ଅଛନ୍ତି ୟୁନିସେଫର ମଧୁମିତା ଦାସ ଓ ମନୋବିଜ୍ଞାନୀ ଡ. ନମିତା ମହାନ୍ତି । ଗଣଦୁଷ୍କର୍ମ ଘଟଣା ପରେ ଗଭୀର ମାନସିକ ଓ ଶାରୀରିକ ଆହତ ହୋଇଥିବା ପୀଡିତା ପୋଲିସ ଜେରାରେ ଭାଙ୍ଗି ପଡିଛନ୍ତି । ଏପରିକି ସେଥିପାଇଁ ତାଙ୍କୁ ବାରମ୍ବାର ମେଡିକାଲରେତ୍ତଭର୍ତି କରିବାକୁ ପଡୁଛି । ତେଣୁ ଏହି ଟିମ୍ ତାଙ୍କୁ କାଉଁସେଲିଂ କରିବା ସହ ତାଙ୍କର ମନୋବଳ ବଢ଼ାଇବେ ବୋଲି ଜଣାପଡିଛି ।

KUNDULI GANG RAPEତେବେ ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଧରିବାକୁ ସକ୍ଷମ ହୋଇପାରିନି ପୋଲିସ୍ । ଏହା ସହିତ ପୀଡିତାଙ୍କ ସମ୍ପର୍କୀୟଙ୍କୁ ବାରମ୍ବାର ହଇରାଣ କରୁଥିବା ଗଣମାଧ୍ୟମ ସାମନାରେ ଅଭିଯୋଗ କରିଥିଲେ ପୀଡିତା । ଯାହକୁ ନେଇ ପୋଲିସର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଶନିବାର କୋରାପୁଟ ଏସପି ଯବାନଙ୍କୁ କ୍ଲିନ୍ଚିଟ୍ ଦେଇଥିଲେ । କହିଥିଲେ ଯେ ଏହି ଦୁଷ୍କର୍ମରେ ଏସଓଜି, ବିଏସଏଫ୍ ବା କୋବ୍ରା ଯବାନଙ୍କ ସମ୍ପୃକ୍ତି ନେଇ କୌଣସି ପ୍ରମାଣ ମିଳିନାହିଁ । ତେବେ ଯବାନ ପୋଷାକରେ ୪ଜଣ ଗଣଦୁଷ୍କର୍ମ କରିଥିଲେ ବୋଲି ପୀଡିତା ତାଙ୍କ ବୟାନରେ କହିଥିଲେ ।

ଅନ୍ୟପଟେ ମହିଳା ବିରୋଧୀ ମନ୍ତବ୍ୟ ନେଇ ବିଜେଡି ଦଳିତ ସେଲ ମୁଖ୍ୟ ବିଷ୍ଣୁ ଦାସଙ୍କ ବିରୋଧରେ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଛି ବିଜେପି । ବିଜେପି ଦଳିତ ସେଲ ପକ୍ଷରୁ ଏହି ଏତଲା ଦିଆଯାଇଛି । ଶୁକ୍ରବାରଦିନ ଏକ ସାମ୍ବାଦିକ ସମ୍ମିଳନୀରେ କୁନ୍ଦୁଲି ପୀଡିତାଙ୍କ ନାଁ ସର୍ବସାଧାରଣରେ ପ୍ରକାଶ କରିଥିବାରୁ ଏହି ଏତଲା ଦିଆଯାଇଛି । ଶୁକ୍ରବାରଦିନ ବିଷ୍ଣୁ ଦାସ କହିଥିଲେ, ଯବାନଙ୍କ ବିରୋଧରେ ପୀଡିତା ନାବାଳିକା କରିଥିବା ଗଣଦୁଷ୍କର୍ମ ଅଭିଯୋଗ ସତ ।ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସ୍ପଷ୍ଟୀକରଣ ଦେଇଥିଲେ ତାଙ୍କ ବୟାନକୁ ଭୁଲ୍ ଭାବେ ଉପସ୍ଥାପନ କରାଯାଇଛି ।