ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲା ବେହାଲ ! ବୋରିଗୁମ୍ମା ବ୍ଲକ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ

39

କନକ ବ୍ୟୁରୋ :  ରାଜ୍ୟରେ ବନ୍ୟାସ୍ଥିତିରେ ସୁଧାର ଆସିଛି । କଲ୍ୟାସିଂହପୁର, ରାୟଗଡାରେ ବନ୍ୟାପାଣି କମୁଛି । ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲା ବେହାଲ ହୋଇଛି । ଜିଲ୍ଲାର ସବୁଆଡେ ପାଣି ଭରିଯାଇଥିବାବେଳେ ବୋରିଗୁମ୍ମା ବ୍ଲକ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।

ବ୍ଲକର ସିଙ୍ଗାରୀ ନଦୀରେ ବନ୍ୟା ପାଣି ଆସିବା ଫଳରେ ୧୧ଟି ପଂଚାୟତର ସବୁ ଗାଁରେ ପାଣି ପଶିଛି । ପାହାଡାରୁ ଆସୁଥିବା ପାଣି ହେକ୍ଟର ହେକ୍ଟର ଚାଷଜମିକୁ ନଷ୍ଟ କରିଛି । ପାଣିରେ ରୁଆ ଫସଲ ନଷ୍ଟ ହୋଇଛି । ରାସ୍ତାଘାଟରେ ଯାତାୟତ ବନ୍ଦ ପଡିଛି ।

ଦେଖନ୍ତୁ ଏହି ଭିଡ଼ିଓ –