କୋରାପୁଟ : ମୋଷ୍ଟ ୱାଟେଂଡ଼ ଅପରାଧି ଆକାଶ ମହୁରିଆ ମୃତ

54

କନକ ବ୍ୟୁରୋ : କୋରାପୁଟର ମୋଷ୍ଟ ୱାଟେଂଡ଼ ଅପରାଧି ଆହତ ଅବସ୍ଥାରେ ପୋଲିସ ହାତରେ ଧରା ପଡିବାପରେ ତାହାର ମୃତ୍ୟୁ ଘଟିଛି । ଯାହାକୁ ନେଇ କୋରାପୁଟ ମେଡ଼ିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧି ଆକାଶ ମହୁରିଆର ମୃତ୍ୟୁ ହୋଇଥିବାର ପରିବାର ଲୋକ ଅଭିଯୋଗ କରିଥିବା ବେଳେ ପୋଲିସ ଏହାକୁ ଖଣ୍ଡନ କରିଛି । ଜୟପୁର ଟାଉନ ଥାନାରେ ଆକାଶ ନାମରେ ୧୪ ରୁ ଅଧିକ କେସ ରହିଥିଲା ।

ଜୟପୁର କେନାଲ ରୋଡ଼ରେ ଆକାଶ ମହୁରିଆ ଆସୁଥିବା ଖବର ପାଇ ଟାଉନ ପୋଲିସ ଜାଲ ବିଛାଇଥିଲା । ଏହି ଅପରାଧି ହଠାତ ପୋଲିସକୁ ଦେଖି ନିଜ ପଲସର ବାଇକରେ ଲୁଚି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ବାଇକରୁ ଖସି ପଡ଼ି ଗୁରୁତର ହୋଇଥିଲା । ପୋଲିସ ତାକୁ ପ୍ରଥମେ ଜୟପୁର ଡ଼ାକ୍ତରଖାନା ଓ ପରେ କୋରାପୁଟ ଡ଼ାକ୍ତରଖାନାରେ ତ୍ତର୍ତ୍ତି କରିଥିଲା । ସେଠାରେ ତାର ମୃତ୍ୟୁ ହୋଇଥିଲା ।

ଦେଖନ୍ତୁ ଏହି ଭିଡିଓ :